Slug, ହିନ୍ଦୋଳ ଉପ ଖଣ୍ଡ ରାସୋଳ ଠାରେ ମହିଳା ଡିଗ୍ରି ମହାବିଦ୍ୟାଳୟ ପାଇଁ ଶ୍ରେଣୀ ଗୃହ ଶିଳାନ୍ୟାସ
ତାରିଖ ୧୫/୫/୨୬
ସ୍ଥାନ ଢେଙ୍କାନାଳ
ରିପୋର୍ଟ ଗୋକୁଳାନନ୍ଦ ବେହେରା (ନିପ୍ର)ଢେଙ୍କାନାଳ ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଟାଟାଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ଦିନ ହିନ୍ଦୋଳ ଉପଖଣ୍ଡ ରାସୋଳଠାରେ
ରାସୋଳ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ ପ୍ରସ୍ତାବିତ ଡିଗ୍ରୀ ମହିଳା କଲେଜ୍ ପାଇଁ ୪ଟି ଶ୍ରେଣୀଗୃହ ବିଶିଷ୍ଟ ବିଲ୍ଡିଂର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ହିନ୍ଦୋଳ ତହସିଲଦାର ଦିଲ୍ଲୀପ କୁମାର ସେଠୀ, ହିନ୍ଦୋଳ ଉପାଧ୍ୟକ୍ଷ ବରୁଣ ସର, ରାସୋଳ ପଞ୍ଚାୟତ ସରପଞ୍ଚ ଦିବାକର ନାଏକ, ମଣ୍ଡଳ ସଭାପତି ଲିଙ୍ଗରାଜ ସାହୁ, ସଂପାଦକ ମନୋରଂଜନ ନାଥ, ଯୁଗ୍ମ ସଂପାଦକ ଶତୃଘ୍ନ ସାହୁ, କୋଷାଧ୍ୟକ୍ଷ ଆଲୋକ ଚିନାରା, ଅଧ୍ୟକ୍ଷା ପୂର୍ଣ୍ଣିମା ମହାନ୍ତି,
ସଦସ୍ୟ ଅବୁଦୁଲ୍ଲ ତାହିର୍ ଖାଁ, ସୁମିତ୍ରା ଭୋଇ, ସୁମନ୍ତ ବେହେରା, ବିମଳ ସାହୁ ଓ ଚିନ୍ମୟୀ ଖୁଣ୍ଟିଆଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ଓ ବୁଦ୍ଧିଜୀବି ଯୋଗଦେଇଥିଲେ।
