ସାଜନପୁର ପଞ୍ଚାୟତରେ ବାରହା ଆତଙ୍କ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋରରେ ବାରହା ଆତଙ୍କ। ବ୍ୟାପକ ଫସଲ ନଷ୍ଟ। ସୂଚନାଯୋଗ୍ୟ ସୋର ବ୍ଲକ ସାଜନପୁର ପଂଚାୟତରେ ବାରହା ଉପଦ୍ରଵ ଦେଖିବାକୁ ମିଳିଥିବା ବେଳେ ଚାଷୀଙ୍କ ଧାନ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ସାଜନପୁର ପଞ୍ଚାୟତ ଅନ୍ତର୍ଗତ କେଶପୁର ଗ୍ରାମର କାଂଶବାଂଶ ନଦୀ ନିକଟରେ ଥିବା ଗ୍ରାମର ଚିନ୍ମୟାନନ୍ଦ ମହାନ୍ତିଙ୍କ ଧାନ କ୍ଷେତରେ ସାତ ଆଠଟି ବାରହା ପଶି ପାଚିଲା ଧାନ ଫସଲ ନଷ୍ଟ କରୁଛନ୍ତି। କାଂଶବାଂଶ ନଦୀ ର ପାର୍ଶ୍ୱବର୍ତ୍ତୀ ଅଂଚଳ ଗୁଡିକ ଚାଷ ନହେବା ଯୋଗୁଁ ଅନେକ ବଣୁଆ ଜୀବଜନ୍ତୁ ଙ୍କର ଆଶ୍ରୟ ସ୍ଥଳୀ ପାଲଟିଛି।ତେଣୁ ଖାଦ୍ୟ ଅନ୍ୱେଷଣରେ ପାଖ ଗ୍ରାମ ଗୁଡିକରେ ରାତିରେ ଫସଲ ନଷ୍ଟ କରିବା ସହିତ କାମ କରୁଥିବା ଶ୍ରମିକ ମାନଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି। ତେବେ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
