ଗଡଦେଉଳିଆ ଠାରେ ଭୟଙ୍କର ଦୁର୍ଘଟଣା, ବହୁ ମୃତ,ଦୁଇ ଜଣ ଗୁରୁତର ଗାଡ଼ିରେ ଥିଲେ ମୟୁରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଉପାଧ୍ୟକ୍ଷା କମଳା ତିରିଆ ଏବଂ ତାଙ୍କ ପୁଅ ଆଉ ବୋହୁ।
=========================================
ବୈଶିଙ୍ଗା – – ବେଆଇନ ପାର୍କିଂ ପାଇଁ ବଢୁଛି ଦୁର୍ଘଟଣା। ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଗଡଦେଉଳିଆ ନିକଟର ପାର୍କିଂ ପାଇଁ ଦୁର୍ଘଟଣା ବଢୁଥିବା ବେଳେ ଏ ଦିଗରେ ଆଖି ବୁଜି ଦେଇଛି ପ୍ରଶାସନ। ସେହିପରି ମଙ୍ଗଳବାର ରାତି ପ୍ରାୟ ୧୧ ଟା ସମୟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ମୟୁରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଉପାଧ୍ୟକ୍ଷା କମଳା ତିରିଆ ଏବଂ ତାଙ୍କ ପୁଅ ଆଉ ବୋହୁ। ସୂଚନା ମୁତାବକ କମଳା ତିରିଆ ନିଜ ଗର୍ଭବତୀ ବୋହୁଙ୍କୁ ନେଈ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଭୁବନେଶ୍ୱର ଯାଇଥିଲେ। ତେବେ ଆଜି ସନ୍ଧ୍ୟାରେ ନିଜର କାର ରେ ଭୁବନେଶ୍ୱର ରୁ ଘରକୁ ଫେରୁଥିବା ସମୟରେ ବାଲେଶ୍ୱର ରୁ ବୈଶିଙ୍ଗା ୧୮ ନଂ ଜାତୀୟ ରାଜପଥ ଗଡ଼ଦେଉଳିଆ ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରଲର ପଛ ପଟୁ ତାଙ୍କ ଗାଡି ଧକ୍କା ଦେଇଥିଲା। ଫଳରେ ଗାଡି ଟି ଭାରସ୍ୟାମ ହରାଇ ଡ଼ିଭାଇଡ଼ର ରେ ପିଟି ହୋଇଥିଲା। ତେବେ ଗାଡ଼ିରେ ଥିବା କମଳା ଏବଂ ତାଙ୍କ ପୁଅ ଅଭିଷେକ ତିରିଆ ଓ ବୋହୁ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ପହଂଚି ସେମାନଙ୍କୁ ଉଦ୍ଧାର କରି ସଂଗେସଂଗେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ ଭର୍ତି କରାଇଥିଲେ। ସେଠାରେ ବୋହୁଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ପ୍ରକାଶ କରିଥିଲେ, ଘଟଣାସ୍ଥଳରେ ବୈଶିଙ୍ଗା ପୁଲିସ ପହଂଚି ଘଟଣାର ତଦନ୍ତ ଜାରି ରଖିଛି।