*ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଧରମବନ୍ଧା ଗ୍ରାମ ଠାରେ ତିନି ବାଲ୍ୟ ବନ୍ଧୁଙ୍କୁ ସକ୍ଷାତ, ଦିର୍ଘ ୮୦ ବର୍ଷ ର ଏହି ସମ୍ପର୍କ ଆଜିବି ଜୀବିତ, ଅତି ନିବିଡ ସମ୍ପର୍କ କୁ ଜାଣିବାର ପ୍ରୟାସ*
ନୂଆପଡା(ମିଖାଏଲ ନନ୍ଦ)
ତ:୧୧.୦୫.
ସାମାଜିକ ପରମ୍ପରା ଏବଂ ସଂସ୍କୃତିକୁ ଅନୁଧ୍ୟାନ କଲେ ଅନେକ ସମ୍ପର୍କ ଆତ୍ମୀୟ ସମ୍ବୋଧନ ରହିଅଛି। ସେଥି ମଧ୍ୟରେ ବନ୍ଧୁ ସମ୍ପର୍କ ଅତି ଅନନ୍ୟା। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଧରମବନ୍ଧା ଗ୍ରାମ ଠାରେ ତିନି ବାଲ୍ୟ ବନ୍ଧୁଙ୍କୁ ସକ୍ଷାତ କରି ତାଙ୍କ ବିସୟରେ ଜାଣିବାର ପ୍ରୟାସ କରିଥିଲୁ। ଦିର୍ଘ ୮୦ ବର୍ଷ ର ଏହି ସମ୍ପର୍କ ଆଜିବି ଜୀବିତ ହୋଇ ନିଜ ଜୀବନରେ ସଫଳ ମଣିଷ ରୂପେ ନେତାଜୀ ଛକ ଠାରେ ଏକତ୍ର ହୋଇ ଥାନ୍ତି। ତିନି ବନ୍ଧୁଙ୍କ ଜୀବନର ଅଭୁଲା ଅମୃତ ସ୍ମୃତି ନେଇ ଆଲୋଚନା କରିଥିଲେ।ଅତି ନିବିଡ ସମ୍ପର୍କ କୁ ଜାଣିବାର ପ୍ରୟାସ ଏବଂ ସଫଳତା ବନ୍ଧୁଙ୍କ ସମ୍ପର୍କ ରେ କେବେ ବି ମାଳିନ୍ୟ ହୋଇନାହିଁ। ଧରମବନ୍ଧା ଗ୍ରାମର ଭଗତରାମ କଳାର, ୮୧ ବର୍ଷ, ରାମଲାଲ ସାହୁ ୮୦ ବର୍ଷ ଏବଂ ମୂଳଚନ ସାହୁ , ୮୧। ତିନି ବନ୍ଧୁ ଏକାଠି ଭେଲା ଡଃ. କାର୍ଜୁ ହାଇସ୍କୁଲ ରେ ଶିକ୍ଷା ଗ୍ରହଣ କରିଥିଲେ। ସମସ୍ତେ ନେତାଜୀ ଛକ ଠାରେ ସକାଳ ଓ ସନ୍ଧ୍ୟା ରେ ଏକାଠି ହୋଇ ସମୟ ଅତିବାହିତ କରିଥାନ୍ତି।ଜଣେ ଶିକ୍ଷକ ରୂପେ ଅବସର ହୋଇଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ଚାକିରି କୁ ଅଧ୍ୟାରୁ ଛାଡିଥିଲେ। ଅନ୍ୟ ଜଣେ ସମବାୟ ବ୍ୟାଙ୍କ୍ ରେ କାମ କୁ ମଧ୍ୟ ଅଧାରୁ ଛାଡ଼ି ଥିଲେ। ବର୍ତ୍ତମାନ ତାଙ୍କ ସହ ବସି ତାଙ୍କ ଜୀବନ ର ସଫଳତା ବନ୍ଧୁ ସମ୍ପର୍କ କୁ ଦିର୍ଘ୍ ୮୧ ବର୍ଷ ବୟସରେ ମଧ୍ୟ ବଜାୟ ହୋଇଥିବା ରହସ୍ୟ ପଚାରି ବୁଝିଥିଲୁ। ବନ୍ଧୁ ମଧ୍ୟରେ କଥା କଟାକଟି ହୋଇଥାଏ। କିନ୍ତୁ ଭୁଲ ବୁଝାମଣା କେବେବି ହୋଇନାହିଁ ବୋଲି ପ୍ରକାଶ କରିଛନ୍ତି। ଏହି ତିନି ବନ୍ଧୁଙ୍କ ଠାରେ ବୟସ ଏବଂ ବାର୍ଦ୍ଧକ୍ୟ ମଧ୍ୟ ହାର ମାନିଛି। ଜୀବନର ପ୍ରାଚୀନ କଥା ମାନେ ପକାଉଥିଲେ। ଖଡ଼ିଆଳ ସହର ରେ ଥିବା ତାଙ୍କ ବନ୍ଧୁ କଥା ମାନେ ପକେଇଥିଲେ।
