
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର କୃତି ଛାତ୍ରୀଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧନା
ଜିଲ୍ଲାର 78 ଛାତ୍ରୀ ସମ୍ବର୍ଦ୍ଧିତ
ରାଷ୍ଟ୍ରପତିଙ୍କ ପକ୍ଷରୁ କେଜିବିଭି ଛାତ୍ରୀଙ୍କୁ Rs10000/- ଟଙ୍କାର ଆର୍ଥିକ ପ୍ରୋତ୍ସାହନ
ରାଇରଙ୍ଗପୁର :- ମୟୁରଭଞ୍ଜ ଜିଲ୍ଲାର 26 ଗୋଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀମାନଙ୍କର ବିଦ୍ୟାଳୟର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଳଙ୍କୃତ କରିଥିବା ପ୍ରତ୍ୟେକ ପିଲାଙ୍କୁ 10000/- ଟଙ୍କା ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲାI ଜିଲ୍ଲାର ବାଳିକା ଶିକ୍ଷା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକଙ୍କ ତତ୍ୱାବଧାନରେ ସ୍ୱାଗତ ଅଭିଭାଷଣ ସହ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଛାତ୍ରୀମାନଙ୍କୁ ପିତା ମାତା ଓ ଗୁରୁଜନମାନଙ୍କ ଆଶୀର୍ବାଦ ନେବା ପାଇଁ ପରାମର୍ଶ ଦେଇଥିଲେ I ମୂଖ୍ୟ ଅତିଥି ଭାବେ ଜିଲ୍ଲାପାଳ ହେମକାନ୍ତ ସୟ ଯୋଗ ଦେଇ ଯାହାକୁ ଯେଉଁ କାର୍ଯ୍ୟ ଭଲ ଲାଗୁଛି ସେହି କାର୍ଯ୍ୟରେ ଶ୍ରେଷ୍ଠତା ପ୍ରତିପାଦିତ କରିବା ପାଇଁ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ I ଏଥି ସହିତ କାର୍ଯ୍ୟରେ ବିଫଳତା ହେଲେ ସଫଳତା ପାଇଁ ଅନେକ କିଛି ଶିଖିବାକୁ ହୁଏ ବୋଲି ଛାତ୍ରୀମାନଙ୍କୁ ପରାମର୍ଶ ଦେବା ସହିତ ତାଙ୍କ ନିଜ ଜୀବନରେ ଘଟିଥିବା ଘଟଣା ଗୁଡିକରୁ କିପରି ବିଫଳତାରୁ ସଫଳତା ହୋଇ ଜିଲ୍ଲାପାଳ ହୋଇଥିଲେ ତାହା ଛାତ୍ରୀମାନଙ୍କୁ ଉଦାହରଣ ଦେଇଥିଲେ Iତତ୍ ସହିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରୀ ମାନଙ୍କ ପାଇଁ ଦେଖିଥବା ସ୍ବପ୍ନ କୁ ସାକାର କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ସୟ ପରି ପ୍ରକାଶ କରିଥିଲେ Iସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ ଛାତ୍ରୀ ମାନଙ୍କୁ ବଡ଼ ବଡ଼ ସ୍ବପ୍ନ ଦେଖିବା ସହିତ ନିଜ ସୁରକ୍ଷା ପାଇଁ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେI ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ର ଛାତ୍ରୀମାନେ ଯେଭଳି ପ୍ରଥମ କରି ସମ୍ବର୍ଦ୍ଧନା ପାଇବା ପାଇଁ ଯୋଗ୍ୟ ହୋଇପାରିଛ ସଦା ସର୍ବଦା ସେହି ଇଛା ମନୋଭାବ ମନରେ ରହିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେI ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେI ଶେଷରେ ଅତି ରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପକ୍ଷରୁ ଏଭଳି ଏକ ନିଆରା ପଦକ୍ଷେପ ନେଇ କେଜିବିଭି କୃତି ଛାତ୍ରୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଇଥିବାରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶ୍ରୀଯୁକ୍ତ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ Iଶେଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୟ ଚଳିତ ବର୍ଷ କେଜିବିଭି (ସିଙ୍ଗଲ ପ୍ୟାରେଣ୍ଟ )ଛାତ୍ରୀମାନଙ୍କ ପାଇଁ ଆର୍ଥିକ Rs4000/- ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ I ପରିଶେଷରେ ସମସ୍ତ ଛାତ୍ରୀ ମାନଙ୍କୁ ଆର୍ଥିକ Rs10000/- ଟଙ୍କାର ଚେକ ପ୍ରଦାନ କରାଯିବା ସହିତ ପିଲାମାନଙ୍କ ଗହଣରେ ଫୋଟୋ ଉଠାଇ ଉତ୍ସହିତ ଉତ୍ସାହିତ କରିଥିଲେ I ଏଥିରେ ସମସ୍ତ କେଜିବିଭିର ପ୍ରଧାନ ଶିକ୍ଷକ ଓ ୱାର୍ଡେନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲ