ଏକତା ଓ ସଚେତନତା ପାଇଁ ଜନ ଆକ୍ରୋଶ ମହିଳା ପଦଯାତ୍ରା
ମୟୂରଭଞ୍ଜ (ଭଞ୍ଜଦୂତ ଖବର) : ନି.ପ୍ର – ଆଜି କହ୍ନେଇବନ୍ଧ ଓ ଖୁଣ୍ଟା ମଣ୍ଡଳର ଜନସାଧାରଣଙ୍କ ଯୁକ୍ତ ଉଦ୍ୟମରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଖୁଣ୍ଟା ଡିଗ୍ରୀ କଲେଜ ପଡ଼ିଆ ଠାରୁ ଆରମ୍ଭ ହୋଇ ଖୁଣ୍ଟା ବଜାର ପରିକ୍ରମା କରି ସଫଳତାର ସହିତ ସମାପ୍ତ ହୋଇଥିଲା । ଏହି ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ ପ୍ରକାଶ ସୋରେନଙ୍କ ସକ୍ରିୟ ଯୋଗଦାନ ମଧ୍ୟ ଦେଖିବାକୁ ମିଳିଥିଲା। ମହିଳାମାନଙ୍କ ଏହି ଏକତା ଓ ସଚେତନତା ସମାଜ ପାଇଁ ଏକ ଶକ୍ତିଶାଳୀ ସନ୍ଦେଶ “ନାରୀ ସମୃଦ୍ଧି ଦେଶ ପ୍ରଗତି , କଂଗ୍ରେସ ମାରିଛି ପଛରୁ ଛୁରୀ” ସ୍ଲୋଗାନରେ ବଜାର କମ୍ପି ଉଠିଥିଲା।
