*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମିଶନ ହସ୍ପିଟାଲ ସମ୍ମୁଖରେ ଆଦର୍ଶ ପାନୀୟ ଜଳ ସୁବ୍ୟବସ୍ଥା ଉଦ୍ଘାଟନ କଲେ ଖଡ଼ିଆଳ ବିଧାୟକ*
ନୂଆପଡା(ମିଖାଏଲ ନନ୍ଦ)
ତ:୦୪.୦୫.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମିଶନ ହସ୍ପିଟାଲ ସମ୍ମୁଖରେ ଆଦର୍ଶ ପାନୀୟ ଜଳ ସୁବ୍ୟବସ୍ଥା ଉଦ୍ଘାଟନ କଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଏହି ଜଳଛତ୍ର କୁ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ ଉତ୍ସବ ରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା,ଅକ୍ଷୟ ନନ୍ଦ ଭୁ ବିଜେପି କର୍ମୀ ଯୋଗ ଦେଇଥିଲେ।
ଖଡ଼ିଆଳ ଅଞ୍ଚଳରେ ଦୀର୍ଘ ଦିନ ଧରି ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ କରିବା ଏବଂ ଲୋକଙ୍କୁ ସ୍ୱଚ୍ଛ ଜଳ ଯୋଗାଇ ଦେବା।ସରକାରଙ୍କ ‘ଜଳ ଜୀବନ ମିଶନ’ (Jal Jeevan Mission) ଆନୁକୂଲ୍ୟରେ ଏହି ପାନୀୟ ଜଳ ସୁବ୍ୟବସ୍ଥା କରାଯାଇଛି।
ବିଶେଷ କରି ଖଡ଼ିଆଳ ମିଶନ ପରି ହସ୍ପିଟାଲ ଅଞ୍ଚଳରେ ଏହିପରି ପ୍ରକଳ୍ପ ଦ୍ୱାରା ହଜାର ହଜାର ରୋଗୀ ଏବଂ ତାଙ୍କ ପରିବାର ଉପକୃତ ହେବେ।
