ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କର୍ମଚାରୀ ଦେଖାଇଲେ ନିଜ ପ୍ରଭାବ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର କୁ ଦେଖି ଛୁଟି ଦିନରେ ବି ଏକ ଅଚଳାବସ୍ଥା ନଳକୂପ ଟିର ମରାମତି କରି ପାଣି ଯୋଗାଇ ଦେଇ ବେଶ୍ ପ୍ରଶଂସିତ ହୋଇପାରିଛନ୍ତି। ରଘୁନାଥପୁର କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ଦେହୁରୀ ଛୁଟି ଦିନରେ ତାଙ୍କର କିଛି କର୍ମଚାରୀ ମାନଙ୍କୁ ଧରି ନଳକୂପ ଟିକୁ ପୁନଃରୁଦ୍ଧାର କରିବା ପାଇଁ ସମସ୍ତ ବଳ ଖଟାଇ ଗୋଟିଏ ଦିନରେ ପାନୀୟ ଜଳ ଯୋଗାଇ ପାରିଛନ୍ତି। ଏ ସମ୍ପର୍କରେ ଆମ ପ୍ରତିନିଧି କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ କହିଥିଲେ ଯେ ଖରାପ ସମ୍ପର୍କରେ ଆମେ ଆଗରୁ ଜାଣି ନଥିଲୁ, ବିଭିନ୍ନ ଗଣମାଧ୍ୟମରେ ଏ ଖବର ପ୍ରକାଶ ପରେ ତ୍ଵରିତ ବେଗରେ କାର୍ଯ୍ୟାନୁଷ୍ଠାନ ନେଇ ଆଜି ପାଣି ଯୋଗାଇ ପାରୁଛୁ। ଏହି ମରାମତି ସମୟରେ ବିଭାଗୀୟ କର୍ମଚାରୀ ପ୍ରକାଶ ମହାପାତ୍ର, ହରେକୃଷ୍ଣ ସାହୁ, ପ୍ରମୋଦ ମଲ୍ଲିକ ଓ ଅଶୋକ କୁମାର ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବା ସହିତ ବେଶ୍ ସୁନ୍ଦର ଭାବରେ ଲୋକ ମାନଙ୍କୁ ପାଣି ଯୋଗାଇ ପାରିଛନ୍ତି। ଏହି ନଳକୂପ ସଜାଡ଼ିବା ପରେ ବିଭିନ୍ନ ଦୋକାନୀ, ବିଭିନ୍ନ ସାମାଜିକ କର୍ମୀ ଓ ବିଭିନ୍ନ ବୁଦ୍ଧିଜିବୀ ମହଲରୁ ବିଭାଗୀୟ ଅଧିକାରୀ ମାନଙ୍କୁ ବେଶ ପ୍ରସଂଶା କରାଯାଇଛି ।
