ଆନ୍ତର୍ଜାତୀୟ ଗୋଲ ଶଟ ବଲ୍ରେ କୁଡାସିଂହା ର ଭାଇ-ଭଉଣୀ ଙ୍କ ସ୍ବର୍ଣ୍ଣ ପଦକ ଲାଭ ଶୁଭେଚ୍ଛା ଜଣାଇଲେ ସାଂସଦ ପ୍ରଦୀପ ପୁରୋହିତ
ବରଗଡ,୦୧।୦୫(ନି ପ୍ର )(ଯୋଗେନ୍ଦ୍ର ସାହୁ ) ଦକ୍ଷିଣ ଏସିୟ ଆନ୍ତର୍ଜାତୀୟ ଗୋଲ ଶଟ ବଲ୍ ଚାମ୍ପିୟନସିପ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହୋଇ ଥିବାବେଳେ,ଏହି ପ୍ରତିଷ୍ଠିତ ମଞ୍ଚରେ ଭାରତୀୟ ଦଳ ପକ୍ଷରୁ ଖେଳି ବରଗଡ଼ ଜିଲ୍ଲାର ଦୁଇ ଯୁବ ପ୍ରତିଭା ରାଜ ମେହେର ଓ ପରୀ ମେହେର ସ୍ବର୍ଣ୍ଣ ପଦକ ଜିତି ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବର କାରଣ ହୋଇଛନ୍ତି। ପଦ୍ମପୁର ବ୍ଲକ ଅନ୍ତର୍ଗତ କୁଡାସିଂହା ଗ୍ରାମର ଏହି ଭାଇ–ଭଉଣୀ ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଭାରତୀୟ ଦଳରେ ଚୟନିତ ହୋଇଥିଲେ। ସଠିକ୍ ପ୍ରଶିକ୍ଷଣ, ଦୃଢ଼ ଇଚ୍ଛାଶକ୍ତି ଓ ଅନବରତ ପରିଶ୍ରମର ଫଳରେ ସେମାନେ ଦଳକୁ ଚାମ୍ପିୟନ କରି ସ୍ବର୍ଣ୍ଣ ପଦକ ଅଜ୍ଞାନ କରିପାରିଛନ୍ତି। ରାଜ ଓ ପରୀ, କୁଡାସିଂହା ଗ୍ରାମର ସୁରେନ୍ଦ୍ର ମେହେରଙ୍କ ସନ୍ତାନ। ସେମାନଙ୍କ ସଫଳତାରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ବ୍ୟାପିଯାଇଛି। ଗ୍ରାମକୁ ଫେରିବା ସମୟରେ ଶତାଧିକ ଗ୍ରାମବାସୀ ଉତ୍ସାହର ସହିତ ସ୍ବାଗତ କରିଥିଲେ। ଫୁଳମାଳା, ଚନ୍ଦନ ତିଳକ ଓ ପାଦ ପ୍ରକ୍ଷାଳନ ମାଧ୍ୟମରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଦୁଇ ଖେଳାଳିଙ୍କୁ ନିଜ ପାଇକମାଲ ବାସ ଭବନ ସ୍ଥିତ କାର୍ଯ୍ୟାଳୟରେ ଆମନ୍ତ୍ରଣ କରି ଅଭିନନ୍ଦନା ଜଣାଇଥିଲେ। ସେମାନଙ୍କ ଏହି ସଫଳତାକୁ ସେ ଜିଲ୍ଲା ପାଇଁ ଗୌରବମୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରି, ଭବିଷ୍ୟତରେ ଆହୁରି ବଡ଼ ମଞ୍ଚରେ ଦେଶର ନାମ ଉଜ୍ଜ୍ୱଳ କରିବେ ବୋଲି ଆଶା ପ୍ରକାଶ କରିଥିଲେ।
ସ୍ଥାନୀୟ ଅଞ୍ଚଳରେ ଏହି ସଫଳତାକୁ ଏକ ଐତିହାସିକ ସଫଳତା ଭାବେ ଦେଖାଯାଉଥିବା ବେଳେ, ଦୁଇ ଯୁବ ପ୍ରତିଭାଙ୍କ ଆଗାମୀ ଯାତ୍ରା ପ୍ରତି ସମସ୍ତଙ୍କ ଆଶା ଓ ଆକାଙ୍କ୍ଷା ବଢ଼ିଛି।
