
ତ୍ରିନାଥ ମନ୍ଦିର ପରିସରରେ ବେଆଇନ ଭାବେ ଦୋକାନ ଗୃହ ନିର୍ମାଣ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ କରଣ ସାହି ଛକରେ ଅବସ୍ଥିତ ତ୍ରିନାଥ ମନ୍ଦିର ପରିସରରେ କୌଣସି ଅନୁମୋଦନ ବିନା, ଜଣେ ବେସରକାରୀ ବ୍ୟକ୍ତିଙ୍କୁ ବେଆଇନ ଭାବରେ ଦୋକାନ ଗୃହ ଆବଣ୍ଟନ କରାଯାଇଥିବା ନେଇ ଅଭିଯୋଗ ହୋଇଛି।ଘଟଣାରୁ ପ୍ରକାଶ ଯେ ତ୍ରିନାଥ ମନ୍ଦିର ପରିସରରେ ଏକ ପାନ ଦୋକାନ ଖୋଲିବା ପାଇଁ କୌଣସି ଅନୁମୋଦନ ବିନା ବେଆଇନ ଭାବରେ ପ୍ରଦାନ କରାଯାଇଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି।ପୌର ପରିଷଦର ବିନା ଅନୁମୋଦନରେ ଯଦି ଏପରି ଭାବରେ ଦୋକାନ ଗୃହ ନିର୍ମାଣ ଓ ଆବଣ୍ଟନ କରାଯାଏ, ତେବେ ଏହିପରି ଭାବେ ପୌରପାଳିକାର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ପରି ବେଆଇନ ଭାବେ ଜବର ଦଖଲ କରିବା ପାଇଁ ଚେଷ୍ଟା କରିବେ।
ବର୍ତ୍ତମାନ ପାରଳାଖେମୁଣ୍ଡି ସହରର ରାସ୍ତାଘାଟ ବେଆଇନ ବିକ୍ରେତାଙ୍କ ଦ୍ୱାରା ଜବରଦଖଲରେ ଅଛି ଫଳରେ ରାସ୍ତାଗୁଡ଼ିକ ବହୁତ ସଂକୀର୍ଣ୍ଣ ହୋଇଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ଏଣୁ ପ୍ରଶାସନ ଏ ଦିଗରେ ଉଚିତ ପଦକ୍ଷେପ ନେଇ ବେନିୟମ ଭାବେ ଦୋକାନ ଗୃହ ନିର୍ମାଣ ଓ ପ୍ରଦାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାହି ବାସିନ୍ଦା ଦାବି ଜଣାଇଛନ୍ତି।
