ସ୍ବର୍ଗତ ଦାସରଥୀ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ।
ଛତ୍ରପୁର -ଛତ୍ରପୁରସ୍ଥିତ ପିଲିବନ୍ଧ ନିକଟସ୍ଥ ବଡ଼ ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ସ୍ବର୍ଗତ ଦାଶରଥୀ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ବେହେରାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ସେ ଜଣେ ମିଷ୍ଟଭାଷୀ, ମେଳାପୀ, ଦୟାଳୁ ଏବଂ ପରପୋକରୀ ବୋଲି ଉପସ୍ଥିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବ୍ୟକ୍ତି ବିଶେଷ କହିଥିଲେ। ସେ ପୋଲିସ ବିଭାଗରେ କାର୍ଯ୍ୟରତ ଥିବାବେଳେ ମଧ୍ୟ ଜଣେ ଦକ୍ଷ ଏବଂ ମିଷ୍ଟଭାଷୀ କର୍ମଚାରୀ ଥିଲେ ବୋଲି ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିବା ପୋଲିସ ଅଫିସର ମାନେ କହିଥିଲେ। ଏହିପରି ମହାନ ବ୍ୟକ୍ତି ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ସେ ଯେଉଁଠି ଅଛନ୍ତି ଆମ୍ଭ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ବୋଲି ବନ୍ଧୁ ଓ ପରିବାର ବର୍ଗ କହିଥିଲେ। ଏହି ଅବସରରେ ବଡ଼ପୁଅ ଦୀପକ ବେହେରା, ସାନ ପୁଅ ଆଲୋକ ବେହେରା, ସ୍ତ୍ରୀ ବାସନ୍ତୀ ବେହେରା, ଜ୍ୱାଇଁ ପ୍ରଦୀପ ବେହେରା, ଝିଅ ଶ୍ରଦ୍ଧାଞ୍ଜଳି ବେହେରା, ବଡ଼ ଭାଇ ବିଜୟ ବେହେରା, ବଡ଼ ଶଳା ପ୍ରଫୁଲ ବେହେରା ଏବଂ ଭଣଜା ଉମାଚାରଣ ବେହେରା ସମେତ ବନ୍ଧୁ, ପରିବାରବର୍ଗ, ଏବଂ ସହକର୍ମୀ ମାନେ ଉପସ୍ଥିତ ରହି ଅମରଆତ୍ମା ର ସଦଗତି କାମନା କରିଥିଲେ।
