ସ୍କୁଲ୍ ପାଚେରୀ ଭୁଷୁଡି ମୃତ୍ୟୁ ବରଣ କରିଥିବା ଛାତ୍ରୀଙ୍କୁ ନ୍ୟାୟ ପାଇଁ ଭୀମ୍ ଆର୍ମି ପ୍ରତିନିଧି ଜିଲ୍ଲାପାଳଙ୍କୁ ଭେଟିଲେ
ଗଜପତି (ଟିକି ଲିମା)
ଗତ କିଛି ଦିନ ତଳେ ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ତଥା ଆର୍ ଉଦୟଗିରି ଥାନା ଅଧୀନ ରୁବୁଡି ସିଂ ପ୍ରାଥମିକ ବିଦ୍ୟାଳୟ ରେ ଖେଳୁଥିବା ବେଳେ ପାଚେରୀ ଭୁଶୁଡ଼ି ଦୁଇ ଛାତ୍ରୀଙ୍କ ଜୀବନ ଚାଲି ଯାଇଥିଲା। ଜଣେ ଚତୁର୍ଥ ଶ୍ରେଣୀ ରେ ପାଠ ପଢ଼ୁଥିବା ବେଳେ ଅନ୍ୟ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ଥିଲେ। ଏନେଇ ଭୀମ୍ ଆର୍ମି ପକ୍ଷରୁ ଏକ ପ୍ରତିନିଧି ଦଳ ଗଜପତି ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ମୃତ ଦୁଇ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି।
