ଭାଜପା ସଂଖ୍ୟା ଲଘୁ ଜିଲ୍ଲା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।
ଗଜପତି (ଟିକି ଲିମା)
ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଧାରଣ ସମ୍ପାଦକ ମାନସ ମହାନ୍ତି ଓ ଗୁରବେଦ୍ର ସିଂ, ରାଜ୍ୟ ଉପସଭାପତି କେ ନାରାୟଣ ରାଓ ଙ୍କ ଘୋଷଣା କ୍ରମେ ଗଜପତି ଜିଲ୍ଲା ର ସଂଖ୍ୟା ଲଘୁ ଜିଲ୍ଲା ସଭାପତି ଭାବେ ଶ୍ରୀ ବିଦୁତ କୁମାର ସିଂ ଙ୍କୁ ନାମ ଘୋଷଣା କରାଯାଇଥିଲା । ଉକ୍ତ ଘୋଷଣା କ୍ରମେ ଆଜି ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ପଞ୍ଚାୟତ କେସିପୁର ଗ୍ରାମ ଠାରେ ଜିଲ୍ଲା ସଂଖ୍ୟା ଲଘୁ ଜିଲ୍ଲା ସଭାପତିଭାବରେ ଦାୟିତ୍ୱ ଦିଆଯାଇଥିବାରୁ ଗୁମ୍ମା ଅଞ୍ଚଳର ସମସ୍ତ ସଂଖ୍ୟା ଲଘୁ ର ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇ ଫୁଲ ଗୋଚ ଦେଇ ବହୁ ସଂଖ୍ୟାରେ ସ୍ବାଗତ ଓ ଶୋଭେଛା ଜଣାଇଛନ୍ତି । ଏହି ସ୍ବାଗତ ସମ୍ବର୍ଦ୍ଧନା ରେ ଉପସ୍ଥିତ ରହିଲେ ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ବିଷୋୟୀ, ମଣ୍ଡଳ ସଭାପତି ଉତ୍ତମ ପାଣି, ବ୍ଲକ ସଂଖ୍ୟା ଲଘୁ ସଭାପତି ପ୍ରଭାତ ଜେନା,ମୁନିସିଙ୍ଗ ଶକ୍ତି କେନ୍ଦ୍ର କିଲନ ଗମାଙ୍ଗ, ଗୁମ୍ମା ଶକ୍ତି କେନ୍ଦ୍ର ମୟାବ ପାଣି,ତରଭା ଶକ୍ତି କେନ୍ଦ୍ର ଅଜିତ୍ ସିଂ ,ଯୁବ ସଭାପତି ଯୁବରାଜ ସିଂ, ଏହା ସମେତ ଏଜେକିଏଲ ପାଣି, ଆଶା ନନ୍ଦ ମାଛ, ସୁସ୍ଥିର ସିଂ ତତ୍ ସହିତ ଅନେକ ଲୋକ ଉପସ୍ଥିତ ଥିଲେ ।
