ସମ୍ବଲପୁର ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ
ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ।
ସମ୍ବଲପୁର (ଭଂଜଦୂତ )ନି ପ୍ର :୧୮/୪/୨୬ ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।
ଏହି ସଭାରେ ଆବାହକ ଗୋକୁଳ ମେହେର ଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ଶ୍ରମିକ ମାନଙ୍କ ସମସ୍ୟା, ଶ୍ରମ କୋଡ, ଶ୍ରମିକ ସଂଗଠନ ମାନଙ୍କ ବର୍ତ୍ତମାନ ସମୟର ଆହୱାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମେ ୧ ଶ୍ରମିକ ଦିବସରେ ସମସ୍ତ ଶ୍ରମିକ ସଂଗଠନ ମାନଙ୍କ ସହ ଶତାଧିକ ସଂଗଠିତ ଓ ଅଣସଂଗଠିତ ଶ୍ରମିକ ମାନେ ସାମିଲ କରିବା ପାଇଁ ଆହ୍ୱାନ କରାଯାଇଛି।
ଆଜି ଏହି ସଭାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଂଜିତ ମହାନ୍ତି, ଏ ଆଇ ଟି ୟୁ ସିର ନଟୁ ଗୋପାଳ, ସିଟୁ ରୁ ଲଳିତ ପଟ୍ଟନାୟକ, ମହେଶ୍ୱର ଷଣ୍ଢ, ଗଦାଧର କୁଅଁର, ହୀରାକୁଦ ବିଦ୍ୟୁତ୍ କର୍ମଚାରୀ ସଂଘର ପ୍ରଣୟ ନାୟକ, ପୋଷ୍ଟାଲ ରୁ ରୂପେଶ ବାଗ, ସି ଆଇ ଟି ୟୁ ରୁ ବୀରକିଶୋର ନାଏକ, ରାଜେଶ୍ ପାଣ୍ଡେ, ଭାସ୍କର ନାଏକ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ, ଅଫିସର୍ ଓ ପେନସନର ଭି ରାମାରାଓ ବି ଏସ ଏନ୍ ଏଲ ରୁ ମଧୁସୂଦନ ପ୍ରଧାନ, ଇଗ୍ନେସ କୁଲୁ, AOLICPA, ଜି ଆଇ ସି ରୁ ସଚ୍ଚିଦାନନ୍ଦ ସୋହେଲା, ରାବେଶ ପାଣ୍ଡେ, ଯୁବ ନେତା ମିଲନ ହୋତା ପ୍ରମୁଖ ଉପସ୍ଥିତ ରହି ମଇ ଦିବସର ଗୁରୁତ୍ୱ ଓ ଆମର କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ।
ସକାଳ ୮ ଘଟିକା ସମୟରେ ଶିଳାଖଣ୍ଡ ବିଦ୍ୱତ କର୍ମଚାରୀ ସଂଘ ଅଫିସ ପରିସରରେ ମଇ ଦିବସ ପତାକା ଉତ୍ତୋଳନ, ସନ୍ଧ୍ୟାରେ ଏକ ଭବ୍ୟ ଶୋଭାଯାତ୍ରା ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀ ସଂଘ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଲକ୍ଷ୍ମୀ ଟକିଜ, ଗୋଲବଜାର ଛକ, ମୁନ୍ସିପାଲଟି ଛକ ପର୍ଯ୍ୟନ୍ତ ଯାଇ କାଳିବାଡି ଠାରେ ଏକ ସଭା ଅନୁଷ୍ଠିତ କରିବା ପାଇଁ ନିଷ୍ପତି ନିଆଯାଇଛି।
