ରଘୁନାଥପୁର ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୯ ତମ ତିରୋଧାନ ଦିବସ ପାଳନ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ବିଜେଡି ପକ୍ଷରୁ ବ୍ଲକଛକ ନିକଟସ୍ଥ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ତାଙ୍କର ୨୯ ତମ ତିରୋଧାନ ଦିବସ ବେଶ ଆନନ୍ଦ ଉଲ୍ଲାସ ରେ ପାଳନ ହୋଇଯାଇଛି । ରଘୁନାଥପୁର ବ୍ଲକ ବିଜେଡି ସଭାପତି ଦେବାଶିଷ ତ୍ରିପାଠୀଙ୍କ ନେତୃତ୍ଵରେ ଶତାଧିକ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ଏକତ୍ରିତ ହୋଇ ତାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ତିର୍ତ୍ତୋଲ ବିଧାୟକ ତଥା ଦଳରୁ ବହିଷ୍କୃତ ରମାକାନ୍ତ ଭୋଇ ଙ୍କୁ ଦେଖିବାକୁ ମିଳିନଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହଜାର ହଜାର ସଂଖ୍ୟକ କର୍ମୀ ବିଧାୟକ ଙ୍କୁ ତୀବ୍ର ନିନ୍ଦା କରୁଥିବାର ଦେଖିବାକୁ ମିଳିଥିଲା। ବ୍ଲକ ସଭାପତି ଶ୍ରୀ ତ୍ରିପାଠୀ ବିଜୁବାବୁଙ୍କ ସ୍ମୃତିଚାରଣ କରି ତାଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଦେଖିଥିବା ନବ ଓଡିଶାର ସ୍ବପ୍ନକୁ ସାକାର କରିବା ପାଇଁ କର୍ମୀ ମାନଙ୍କୁ ଆହ୍ଵାନ ଦେଇଥିଲେ। ସେହିପରି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ମହିଳା ସଭାନେତ୍ରୀ ଶାନ୍ତିଲତା ଦ୍ୱିବେଦୀ, ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ମଲ୍ଲିକ ଓ ରୀନାରାଣୀ ମଲ୍ଲିକ, ରାଜ୍ୟ କର୍ମକର୍ତ୍ତା ସୁରେନ୍ଦ୍ରନାଥ ମହାପାତ୍ର, ଗୌତମ ପାଲିତ, ସରୋଜ ରାୟ, କୃତିବାସ ମହାପାତ୍ର , ସୁଧା ବିଶ୍ଵାଳ, ଅନ୍ତର୍ଯ୍ୟାମୀ ରାଉତ,ତାପସ ମହାରଣା, ପ୍ରତାପ ଚନ୍ଦ୍ର ରାଉତ, ଜୋସେଫ ସ୍ବାଇଁ, ରାଜେଶ ମିଶ୍ର ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଛାମୁଆ କର୍ମୀମାନେ ବିଜୁବାବୁଙ୍କ ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ। ଏ କାର୍ଯ୍ୟକ୍ରମ ସରିବା ପରେ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।
