*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଯୋଗୀମଠ ଋଷିପିଠ ମହୋତ୍ସବ ୨୦୨୬ ଉଦ୍ଘାଟନ ନେଇ ବିଶାଲ ମଶାଲ ଶୋଭାଯାତ୍ରା*
ନୂଆପଡା(ମିଖାଏଲ ନନ୍ଦ)
ତା:୧୦.୦୪.
ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ପୂର୍ବକୁ ୧୦ କିଲୋମିଟର ଦୂରତା ରେ ଅବସ୍ଥିତ ପ୍ରାଚୀନ ଇତିହାସ ର ମନୁଷ୍ୟ ପାଦ ଚିହ୍ନ। ପ୍ରାଚୀନ ଇତିହାସ ର କିମ୍ବଦନ୍ତୀ ରୂପେ ଯୋଗୀମଠ ଶିଳାଲିପି। ଋଷି ମାନଙ୍କ ବାସସ୍ଥାନ ଥିଲା ଋଷି ପୀଠ। ଏହି ପ୍ରାଚୀନ ସଭ୍ୟତା ର କଳା ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଉଜ୍ଜିବିତ କରିବା ନେଇ ପାଳିତ ହେଉଅଛି ଯୋଗୀମଠ ଋଷିପିଠ ମହୋତ୍ସବ ୨୦୨୬। ଆଜି ବିଶାଲ ମଶାଲ ଶୋଭାଯାତ୍ରା ତୁକଲା ଗ୍ରାମ ପରିକ୍ରମା କରି ମହୋତ୍ସବ ପଡିଆ କଲେଜ କୁ ପହଞ୍ଚି ଅତିଥିଙ୍କ ଦ୍ବାରା ସ୍ଥାପିତ ହୋଇଅଛି। ଆଜି ସନ୍ଧ୍ୟାରେ ଆନୁଷ୍ଠାନିକ ଭାବରେ ମହୋତ୍ସବ ଉଦ୍ଘାଟିତ ହେବ। ଏହି ଶୋଭାଯାତ୍ରା ରେ ପାରମ୍ପରିକ ବାଦ୍ୟ ନୃତ୍ୟ, ସାଂସ୍କୃତିକ ଶୋଭାଯାତ୍ରା, ଅନୁଷ୍ଠିତ ହୋଇଅଛି। ଆଜି ଠାରୁ ୧୦.୧୧.୧୨ ଓ ୧୩ ତାରିଖ ୪ ଦିନ ବ୍ୟାପୀ ମହୋତ୍ସବ ଅନୁଷ୍ଠିତ ହେବ। ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଅଛି।
