ଓଡ଼ିଆ ପକ୍ଷ 2025 ଅବସର ରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ରେ ବରିଷ୍ଟ କଳାକାର ମାନଙ୍କୁ ସମ୍ମାନିତ।
ଗଜପତି (ଟିକି ଲିମା)
ରାଜ୍ୟ ସରକାର ଙ୍କ ଦ୍ଵାରା ସାରା ରାଜ୍ୟ ରେ ଆୟୋଜିତ ହୋଉଥିବା ନୂଆ କାର୍ଯ୍ୟକ୍ରମ ଓଡ଼ିଆ ପକ୍ଷ କାର୍ଯ୍ୟକ୍ରମ ମଧମରେ ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ପୌରହିତ୍ୟରେ ଲୋକ କଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ରୂପେସ ପାଣଗ୍ରାହୀଙ୍କ ଯୋଗଦେଇ ପୌରାଞ୍ଚଳ ଅନ୍ତର୍ଗତ ବରିଷ୍ଟ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା । ଗଜପତି ଜିଲ୍ଲା ର ଜଣାଶୁଣା ବରିଷ୍ଟ କଣ୍ଠଶିଳ୍ପୀ ନୃସିଂହ ପ୍ରସାଦ ପଟ୍ଟନାୟକ, ଆକାଶବାଣୀ ଜୟପୁର କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ରଘୁନାଥ ପାତ୍ର, ମଞ୍ଚ ଅଭିନେତା ନୃସିଂହ ଚରଣ ପଟ୍ଟନାୟକ, ନାଟ୍ୟକାର ଓ ନିର୍ଦ୍ଦେଶକ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ, ବରିଷ୍ଠ ନୁତ୍ୟ ନିର୍ଦ୍ଦେଶକ ହେମଗିରି, ପାଇକ ଆଖଡ଼ା ରେ ପ୍ରସିଦ୍ଧଲାଭ କରିଥିବା ସମର ଶିକ୍ଷାର୍ଥୀ କଳାକର ତିରୁପତି ପାତ୍ର ପ୍ରମୁଖ କଳାକାର ମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା , ଏହି ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ, ସାଂସଦ ପ୍ରତିନିଧି ଆଦର୍ଶ ଦାସ ସମସ୍ତ ପୌର ପରିଷଦ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ
