ଆସନ୍ତା ତା.୦୪.୦୪.୨୦୨୬ ରିଖ ଶନିବାର ଦିନ ସକାଳ ଘ.୦୭:୦୦-୦୯:୦୦ ଟିକା ମଧ୍ୟରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରଣାଳୟ,ଓଡ଼ିଶା ସରକାର ଏବଂ ଓଡ଼ିଶା ସାହିତ୍ୟିକ ସଙ୍ଗଠନ ଭୁବନେଶ୍ୱର ଓଡ଼ିଶା ମିଳିତ ଆନୁକୁଲ୍ୟରେ ଓଡ଼ିଶା ଦିବସ ଏବଂ ଓଡ଼ିଆ ପକ୍ଷ ଉପଲକ୍ଷେ ଐତିହ୍ୟ ବିଶାଳ ଗଣଦୌଡ -୨୦୨୬ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଓଡ଼ିଶା ସାହିତ୍ୟିକ ସଙ୍ଗଠନ ଭୁବନେଶ୍ୱର ଓଡ଼ିଶା ତରଫରୁ ଆନୁଷ୍ଠାନିକ ଭାବେ ଓଡ଼ିଶା ସାହିତ୍ୟିକ ସଙ୍ଗଠନ ଭୁବନେଶ୍ୱର ଓଡ଼ିଶାର ରାଜ୍ୟ ସଭାପତି ଡ଼ା.ନବକିଶୋର ଶତପଥୀ, ଭୁବନେଶ୍ୱର ଏବଂ ରାଜ୍ୟ ସମ୍ପାଦକ ପ୍ରତିଷ୍ଠାତା ଶ୍ରୀଯୁକ୍ତ ମଙ୍ଗୁଲୁ କୁମାର ଦାସ ତରଫରୁ ପ୍ରାୟ ପାଞ୍ଚଶହ ପ୍ରତିଯୋଗୀ ଯୋଗ ଦେଇଥିଲେ।ଅନୁଷ୍ଠାନର କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ କଣ୍ଡୁରୀ ଚରଣ ନାୟକ,ସୁବାସ ମଲ୍ଲିକ,ଶ୍ରୀମତୀ ଚୁମକି ଦାସ ମନହିରା,ଅକ୍ଷୟ ମଲ୍ଲ ଏବଂ ଅନ୍ୟାନ୍ୟ ବହୁତ ସଭ୍ୟଙ୍କ ସହିତ ସ୍ଥାନୀୟ ୱାର୍ଡର ମେମ୍ବର ମାନେ ମଧ୍ୟ ଯୋଗ ଦେଇଥିଲେ।ଭୁବନେଶ୍ୱର ବହୁ କ୍ରୀଡା କ୍ଲବ୍ ଗୁଡିକରୁ ଗଣଦୌଡ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ସଫଳ କରାଇ ଥିଲେ।ଅତିଥି ମାନଙ୍କୁ ଫୁଲତୋଡ଼ା ସହ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା।ଅତିଥିମାନେ ଗଣଦୌଡ ବିଷୟରେ ସାମ୍ୟକ୍ ବିବରଣୀ ପ୍ରଦାନ କରିବା ସହିତ ଏହି ଗଣଦୌଡ କୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ସ୍ବତନ୍ତ୍ର ଅତିଥି ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ପୂର୍ବତନ ବିଧାୟକ ଉତ୍ତର ଭୁବନେଶ୍ୱର ଜାତୀୟ ପତାକା ଦେଖାଇ ଗଣଦୌଡ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ଏହି ଗଣଦୌଡ କାର୍ଯ୍ୟକ୍ରମଟି ଲୟଲା ସ୍କୁଲ ଠାରୁ ଉତ୍କଳ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଯାଇ ପୁଣି ଉତ୍କଳ ହସ୍ପିଟାଲ ଛକ ଠାରୁ ଲୟଲା ସ୍କୁଲ ପର୍ଯ୍ୟନ୍ତ ଏକ ବିଶାଳ ଗଣଦୌଡ ରୂପ ନେଇ ଥିଲା।ଏହି ଗଣଦୌଡ କାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରି ପରବର୍ତ୍ତୀ ସମୟରେ ଟିଫିନ୍ ସହ ପାଣି ଖାଇବା ପାଇଁ ଦିଆଯାଇଥିଲା।ଏହି ଅନୁଷ୍ଠାନ ର ସଭାପତି ଡ଼ା.ନବକିଶୋର ଶତପଥୀ ଧନ୍ୟବାଦ୍ ଜଣାଉ ସଭା କାର୍ଯ୍ୟକୁ ସମାପ୍ତ କରି ଥିଲେ।
