*ନୂଆପଡ଼ା ଜିଲ୍ଲା ବନ୍ ବିଭାଗ ସମ୍ମିଳନୀ କକ୍ଷ ଠାରେ ତାଲୁକ୍ ସ୍ତରୀୟ ଅଧିକାର ମିତ୍ରଙ୍କ ବିଭିନ୍ନ ଆଇନ ଏବଂ ଆଇନ ସହାୟତା ଯୋଗାଣ ଉପରେ ତଳିମ ଶିବିର ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୬.୦୪.
ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ବନ୍ ବିଭାଗ ସମ୍ମିଳନୀ କକ୍ଷ ଠାରେ ତାଲୁକ୍ ସ୍ତରୀୟ ଅଧିକାର ମିତ୍ରଙ୍କ ବିଭିନ୍ନ ଆଇନ ଏବଂ ଆଇନ ସହାୟତା ଯୋଗାଣ ଉପରେ ତଳିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରେ ଅଧିକାର ମିତ୍ର, ପାରା ଆଇନ ସହାୟତା ସ୍ୱେଚ୍ଛାସେବୀମାନେ ସାମିଲ ହୋଇ ତାଲିମ୍ ଗ୍ରହଣ କରୁଛନ୍ତି। ସମାଜର ଅବହେଳିତ ବାଇକ୍ତିଙ୍କୁ ଆଇନ ସହାୟତା ପ୍ରଦାନ ଆଇନ ସହାୟତା ସମିତିର ମୂଳ ଲକ୍ଷ ଅଟେ। ଏହି ତାଲିମ୍ ଶିବିରରେ ଜିଲ୍ଲା ଆଇନ ସହାୟତା ସମିତି ସଚିବ ନବନିତା ଦାଶ ଯୋଗ ଦେଇ ବିଶେଷ କରି ସୂଚନା ଅଧିକାର ଆଇନ, ବରିଷ୍ଠ ନାଗରିକ ଆଇନ, ମୋଟର ଭାଇକେଲ ଆଇନ ଓ ପୋକ୍ସୋ ଆଇନ ଉପରେ ଆଲୋକପାତ କରିଥିଲେ। ତାଲିମ ଶିବିର ରେ ବରିଷ୍ଠ ଆଇନଜୀବୀ ପ୍ରେମ ଲାଲ ଦେବାଙ୍ଗନ, ଅଧିବକ୍ତା କୁମୁଦ ବନ୍ଧୁ ଯୋଷୀ, ଆଇନଜୀବୀ ଯୁଧିଷ୍ଟିର ମେହେରଙ୍କ ସମେତ ଖଡିଆଳ ଦୁଇ ଗୋଟି ବର ସଭାପତି ଗିରିଧାରୀ ବିଭାର, ଗୋବର୍ଦ୍ଧନ ସୁନା ଯୋଗ ଦେଇଥିବା ବେଳେ ସମସ୍ତ ଅଧିକାର ମିତ୍ର ସାମିଲ ହୋଇଥିଲେ। ନିଜେ ଆଇନ ଉପରେ ସଚେତନ ହୋଇ ଲୋକଙ୍କୁ ଆଇନ ସହାୟତା ଯୋଗାଣ ରେ ସହାୟକ ହେବ ବୋଲି କହିଥିଲେ।
