
ଜଙ୍ଗଲକୁ ନିଅ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ଶିବିର ଅନୁଷ୍ଠିତ….
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡର ଡମ୍ବାପୁର ଠାରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ ନାଗରାଜୁ ଓ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ସୁଭ୍ରଜିତଙ୍କ ନିର୍ଦ୍ଧେଶକ୍ରମେ ରାୟଗଡ ବନପାଳ ଗୀତାଞ୍ଜଳି ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡ଼ମ୍ବାପୁର ଠାରେ ଆଖପାଖ ଅଞ୍ଚଳର ଲୋକଙ୍କୁ ନେଇ ଜଙ୍ଗଲକୁ ନିଅ ଦାଉରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ମହିଳା ମାନଙ୍କୁ ନେଇ ନିଆରା ଢଙ୍ଗରେ ମ୍ୟୁଜିକାଲ ଚେୟାର ଖେଳ ଅନୁଷ୍ଟିତ କରି ସଚେତନ କରିଥିବା ଦେଖେଇବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ୱାଡ଼ ମେମ୍ବର ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଆଶା, ବନ ରକ୍ଷୀ ଲକ୍ଷ୍ମୀ ପ୍ରିୟାସାହୁ, ଅବିର ପାତ୍ର, ସନ୍ତସ ସାମଲ, ବେଞ୍ଜାମିନ ରାଇତ, ଏସୀୟ ଗମାଙ୍ଗ ଅଚ୍ୟୁତ ଶବର, ଅଶୋକ କୁମାର ନାୟକ ଥିବାବେଳେ ସମସ୍ତ ବନ କର୍ମଚାରି ସୋହୋଯୋଗ କରିଥିଲେ।
