ସ୍ୱାମୀ ସ୍ତ୍ରୀ ବିବାଦରୁ ସ୍ୱାମୀର ମୃତ୍ୟୁ: ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ: ୨ ଦିନ ପରେ ପୁଲିସ କଲା ଶବ ସତ୍କାର:
ସୋର, ୫/୪( ନିପ୍ର, ସୋର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ)- ସ୍ଵାମୀ ଓ ସ୍ତ୍ରୀ ର ସମ୍ପର୍କ ସାତ ଜନ୍ମର ସମ୍ପର୍କ । କିନ୍ତୁ ସୋର ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ରେ ଦେଖିବାକୁ ମିଳିଛି ଏକ ଭିନ୍ନ ଧରଣର ଘଟଣା। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହରୁ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଓ ଗ୍ରାମବାସୀ ସନ୍ଦେହ କରିଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ପଂଚାୟତ ପୁରୁଷୋତ୍ତମପୁର ଗ୍ରାମର ଧୁସା ମଳିକ ତାଙ୍କ ସ୍ତ୍ରୀ କଣ୍ଢେଇ ମଳିକଙ୍କ ଉଭୟଙ୍କ ମଧ୍ୟରେ ଝଗଡା ଏତେ ଭୟଙ୍କର ରୂପ ଧାରଣ କରିଥିଲା କି ଏଥିରେ ଉତକ୍ଷିପ୍ତ ହୋଇ ଧୁସା ମଧ୍ୟାହ୍ନରେ ବିଷ ପିଇ ଗୁରୁତର ହୋଇ ତାଙ୍କୁ ପ୍ରଥମେ ସୋର ଓ ପରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଆଜି ମଧାହ୍ନରେ ତାଙ୍କୁ କଟକ ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ବେଳେ ଅଧିକ ଗୁରୁତର ହେବାରୁ ସୋର ଡ଼ାକ୍ତରଖାନାକୁ ଅଣାଯାଇଥିଲା , ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ପରେ ଖବର ପାଇ ଅନନ୍ତପୁର ପୁଲିସ ଡାକ୍ତରଖାନାରେ ପହଂଚି ଶବ ବ୍ୟବଛେଦ କରି ୦୧/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପରିବାରକୁ ଶବ ହସ୍ତାନ୍ତର କରିଥିଲା । ପୁରୁଷୋତ୍ତମପୁର ଗ୍ରାମରେ ପରିବାର ଲୋକେ ଧୁସା ମଳିକକୁ ତା’ର ସ୍ତ୍ରୀ କଣ୍ଢେଇ ଓ ତାଙ୍କ ଶାଳକ ଦୁଇଜଣ ମିଶି ମାରି ଦେଇଥିବା ଅଭିଯୋଗ ଆଣି ଶବ ସତ୍କାର ପାଇଁ ରାଜି ହୋଇନଥିଲେ। ସୋର ଥାନା ଅଧିକାରୀ ମୁକୁନ୍ଦ ମୁରାରୀ ପାତ୍ର ଓ ଅନନ୍ତପୁର ଥାନା ଅଧିକାରୀ ସରୋଜ କୁମର ଦାସ ସବୁ ପ୍ରକାର ବୁଝାଇ ଥିଲେ ମଧ୍ୟ ଶେଷରେ ବିଫଳ ହେବାରୁ ପୋଲିସ ବାଧ୍ୟହୋଇ ଶବକୁ ଏକ ସ୍ୱର୍ଗରଥ ଗାଡ଼ିରେ ଫେରାଇ ଆଣି ସୋର ପୌରପାଳିକା ଅନ୍ତର୍ଗତ ସ୍ୱର୍ଗଦ୍ୱାରରେ ଶବ ଦାହ କରିଥିବା ଜଣାପଡିଛି ।
