ଲକ୍ଷ୍ମୀ ନାରାୟଣ ମନ୍ଦିର ରେ ତୃତୀୟ ବାର୍ଷିକ ଉତ୍ସବ ପାଳିତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ବ୍ଲକ ପାଖର ପଞ୍ଚାୟତ ଅନ୍ତର୍ଗତ ପାଖର ଛକରେ ଥିବା ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ପଞ୍ଚଗବ୍ୟ, କାୟାସୁଦ୍ଧି, ଅଧିବାସ,ଘଟତ୍ତୋଳନ କରାଯାଇଥିଲା। ୧୪୪ ଜଣ ବ୍ରତଧାରୀ କଳସ ଶୋଭାଯାତ୍ରାରେ ପାଖର ଛକରୁ ଅସ୍ତଗଡ଼ିଆ ଲକ୍ଷ୍ମୀ ପୂଜା ମଣ୍ଡପ ପାଖରେ ଥିବା ପୋଖରୀରୁ କଳସରେ ପାଣି ଆଣି ଥିଲେ। ଉକ୍ତ ଶୋଭାଯାତ୍ରାରେ ୪୦୦ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ନିଜକୁ ସାମିଲ କରିଥିଲେ। ସଂନ୍ଧ୍ୟାରେ ଭଜନ କୀର୍ତ୍ତନ ସହ ଯଂଜ୍ଞ ପୂର୍ଣ୍ଣାହୂତି କରାଯାଇଥିଲା। ପୂଜକ ଚନ୍ଦ୍ରଶେଖର ଦୀକ୍ଷିତ, ରତ୍ନାକର ପଣ୍ଡା, ବିଜୟ କେତନ ରଥଙ୍କ ସହଯୋଗୀ ପୁରୋହିତ କାର୍ଯ୍ୟକ୍ରମ ସମ୍ପାଦିତ କରିଥିଲେ। ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛୋଟ ପିଲାଙ୍କ ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ଉଭୟ ଦ୍ବିପ୍ରହର ଓ ରାତିରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ। କମିଟି ତରଫରୁ ସଭାପତି ରଘୁନାଥ ଜେନା, ଉପସଭାପତି ସୁବ୍ରତ କୁମାର ମହାନ୍ତି ସମ୍ପାଦକ ଶୁଭେନ୍ଦୁ କୁମାର ଦାସ, ସହ ସମ୍ପାଦକ ବୁଦ୍ଧିରାମ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ସହ ବୁଦ୍ଧିରାମ ରଣା, ଆଶିଷ କୁମାର ବିଶ୍ୱାଳ, ସୌଭାଗ୍ୟ ରଞ୍ଜନ ଦାସ, ପୂର୍ଣ୍ଣଚନ୍ଦ୍ର ପୃଷ୍ଟି, ସନ୍ତୋଷ ଖଟୁଆ, ରାଧାଶ୍ୟାମ ବେହେରା, ବିଦ୍ୟାଧର ବେହେରା,ସୁଜୟ କୁମାର ସାହୁ, ଦୁର୍ଯ୍ୟୋଧନ ବେହେରା, ବିଶ୍ୱନାଥ ରଣା, ଅନନ୍ତ ବାରିକ,ମୁରଲୀ ବେହେରା, ଲକ୍ଷ୍ମୀଧର ବେହେରା, ଦେବାଶିଷ ପଣ୍ଡା, ମଣିଭଦ୍ର ରଣା, ଅଶୋକ କୁମାର ରଣା ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।
