ସୋର ବାର୍ ଏସୋସିଏସନ୍ର କର୍ମକର୍ତ୍ତା ନିର୍ବାଚିତ
ସୋର (ଜ୍ୟୋତିପ୍ରକାଶ,ଭଞ୍ଜଦୂତ,ନିପ୍ର)- ଆଜି ସୋର ବାର୍ ଏସୋସିଏସନ୍ର କର୍ମକର୍ତ୍ତା ନିର୍ବାଚିତ ହୋଇଯାଇଛି। ବରିଷ୍ଟ ଆଇନଜୀବୀ ଚନ୍ଦ୍ର ଶେଖର ମହାନ୍ତି ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱି ଅଜୟ କୁମାର ଦ୍ୱିଦେଦୀଙ୍କୁ ପରାଜିତ କରିଛନ୍ତି। ସେହିପରି ସଂପାଦକ ଭାବେ ସଂଜୀବ କୁମାର ଦ୍ୱିବେଦୀ, ଉପସଭାପତି ଭାବେ ଚିତ୍ତରଂଜନ ମହାପାତ୍ର, ଯୁଗ୍ମ ସଂପାଦକ ଭାବେ ଚକ୍ରଧର ବେହେରା, କୋଷାଧ୍ୟକ୍ଷ ଭାବେ ଧୀରେନ୍ଦ୍ର କୁମାର ଦାସ ନିର୍ବାଚିତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ଯୋଗେଶ ଚନ୍ଦ୍ର ମହାପାତ୍ର, ଜ୍ୟୋତି ଶେଖର ଦାଶ ଓ ଜିତେନ୍ଦ୍ର କୁମାର ନାୟକ ଏବଂ ବିନା ପ୍ରତିଦ୍ୱନ୍ଦ୍ୱିତାରେ ସସ୍ମିତା ବାରିକ ଏବଂ ଅବନ୍ତୀ ଧଳ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ସୁକାନ୍ତ ମିଶ୍ର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ।
