*ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ ବିଧାୟକ ଙ୍କ ରାମ ନବମୀ ଶୋଭାଯାତ୍ରା ରେ ଫାଙ୍କା ଗୁଳି ଚାଳନା, ମହଙ୍ଗା ପଡ଼ିଲା ସୁରକ୍ଷା କର୍ମୀ ଏବଂ ବିଧାୟକ ଙ୍କୁ, ଉଭୟଙ୍କ ନାମରେ ଆର୍ମ ଆଇନ ରେ ମାମଲା ରୁଜୁ, ସୁରକ୍ଷା କର୍ମୀ ନିଲମ୍ବିତ* ନୂଆପଡା(ମିଖାଏଲ ନନ୍ଦ)
ତା:୨୯.୦୩.
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ରାମ ନବମୀ ଶୋଭାଯାତ୍ରା ରେ ଫାଙ୍କା ଗୁଳି ଚାଳନା କରିଥିଲେ। ଗୁଳି ଚାଲିବା ପାଇଁ ତାଙ୍କ ସୁରକ୍ଷା କର୍ମୀ ବନ୍ଧୁକ କୁ ପ୍ରସ୍ତୁତ କରି ଦେଇଥିବା ବେଳେ ବିଧାୟକ ଗୁଳି ଫୁଟାଇଥିଲେ। ସହର ମଧ୍ୟରେ ଶୋଭାଯାତ୍ରା ରେ ବିପୁଳ ଜନ ସମୁଦ୍ର, କୌଣସି ଅଘଟଣ ରୁ ବର୍ତ୍ତି ଯାଇଥିବା ବେଳେ ବିଧାୟକ ଜୀବନ ପ୍ରତି ମଧ୍ୟ ବିପଦ ଥିଲା।ଫାଙ୍କା ଗୁଳି ଚାଳନା କରି ନିଜ ଅଣ୍ଟାରେ ଖୁଞ୍ଚି ଥିଲେ । ସାମାନ୍ୟ ଟିଗର ଦାବୀ ଦେଲେ ଗୁଳି ବାହାରି ଆହତ ହେବା ଘଟଣା କୁ ମଧ୍ୟ ଏଡାଇ ଦିଆ ଯାଇନପାରେ। ସୁରକ୍ଷା କର୍ମୀ ନିଲମ୍ବିତ ହୋଇଛନ୍ତି। ନୂଆପଡ଼ା ଉପ ନିର୍ବାଚନ ରେ ମଧ୍ୟ ଜଣେ ବିଧାୟକ ଙ୍କ ସୁରକ୍ଷା କର୍ମୀ ଫାଙ୍କା ଗୁଳି ଚାଳନା କରିଥିଲେ। ସେ ମଧ୍ୟ ନିଲମ୍ବିତ ହୋଇଥିଲେ। ଟିଟିଲାଗଡ଼ ରାମ ନବମୀ ଉତ୍ସବ ଘଟଣାର ତଦନ୍ତ ଜାତି ରହିଥିବା ବେଳେ ଥାନା ରେ ଦୁଇ ଜଣଙ୍କ ନାମରେ ମାମଲା ରୁଜୁ ହୋଇଅଛି।
