ସାରସକଣାର ଝାରପୋଖରିଆ ଠାରେ ଦଳୀୟ କାର୍ଯ୍ୟଳୟରେ ମହାଜନନାୟକ ବିଜୁବାବୁଙ୍କ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ।।
ମହାନ୍ ଜନନାୟକ, ପ୍ରବାଦ ପୁରୁଷ, ଓଡ଼ିଆ ଜାତିର ଗୌରବ ଓ ସ୍ୱାଭିମାନ, ତଥା ଅସ୍ମିତାର ପ୍ରତୀକ, ଓଡିଶାରେ ଶିଳ୍ପ ର ଜନକ, ଓଡିଶା ପଞ୍ଜାୟତରାଜ ବ୍ୟବସ୍ଥାର ବିଦଗଧ ବିଶ୍ବକର୍ମା, ମହିଳା ସଶକ୍ତୀକରଣର ଅଗ୍ରଦୂତ ଯସସ୍ଵୀ ଜନନାୟକ, ଇଣ୍ଡୋନେସିଆ ଭୂମିପୁତ୍ର, ସ୍ୱାଧୀନତା ସଂଗ୍ରାମୀ, ଭାରତ ରତ୍ନ ପାଇଁ ହକଦାର ଏବଂ ନୀର୍ଭିକ ଜାତୀୟବାଦୀ ନେତୃତ୍ୱର ବଳିଷ୍ଟ ବ୍ୟକ୍ତିତ୍ବ ଏବଂ ଆମର ଆରାଧ୍ୟ କିମ୍ବଦନ୍ତୀ ପୁରୁଷ ବିଜୁପଟ୍ଟନାୟକଙ୍କ 28 ତମ ପୁଣ୍ୟ ତିଥିରେ ସଶ୍ରଦ୍ଧ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଜନତା ଦଳର ଉପସଭାପତି ଶ୍ରୀ ଅମରେନ୍ଦ୍ର କର, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ମଣିଶଙ୍କର ବାରିକ, ବ୍ଲକ ଯୁବ ସଭାପତି ରାଧେ କୃଷ୍ନ ହାଁସଦା, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ହରେ କୃଷ୍ଣ ଦାସ,ବରିଷ୍ଠ ସଦସ୍ୟ କ୍ଷେତ୍ରମୋହନ ବେହେରା, କୁନୁ ରାମ ସିଂ, ମଧୁସୂଦନ ମହାଲି, ଅଜୟ କୁମାର ମଣ୍ଡଳ, ଏଥିସହିତ ଶତାଧିକ ବିଜୁ କର୍ମୀ ଉପସ୍ଥିତ ରହି ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ। ।
ଅନୀଲ କୁମାର ସାହୁ, ସାରସକଣା, ଜାମଶଳା ,bhanjadoota।
