ଦୁର୍ବୃତ୍ତଙ୍କ ଆକ୍ରମଣରେ ହଷ୍ଟେଲ ୱାର୍ଡେନ ମୃତ, ପ୍ରଧାନ ଶିକ୍ଷୟତ୍ରୀ ଆହତ
ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକରେ ଗତ ଶୁକ୍ରବାର ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରର ହଷ୍ଟେଲ ୱାର୍ଡେନ ସନ୍ୟାସୀ ଦାସଙ୍କ ମୃତ୍ୟୁ ଘଟିଛି।
ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ରାଉତ ଗୁରୁତର ଆହତ ହୋଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ, ବର୍ତ୍ତମାନ ସ୍ୱାସ୍ଥ୍ୟ ସ୍ଥିତି ସ୍ଥିର ବୋଲି ସୂଚନା ମିଳିଛି।
ଖବର ଅନୁଯାୟୀ, ଉଭୟେ ବାଇକ୍ରେ ଯାଉଥିବାବେଳେ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବାଇକ୍ ଓ ମୋବାଇଲ୍ ଛଡେଇ ନେଇଥିଲେ। ପରେ ଘଟଣାସ୍ଥଳରୁ କିଛି ଦୂରରେ ବାଇକ୍ଟି ମିଳିଥିଲା।
ପୋଲିସ ଓ ସାଇଣ୍ଟିଫିକ୍ ଟିମ ତଦନ୍ତ ଜାରି ରଖିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ କୌଣସି ସୁରାଗ ମିଳିନାହିଁ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷ ଖେଳି ଯାଇଛି। ଆଇନ-ଶୃଙ୍ଖଳା ନେଇ ବୁଦ୍ଧି ଯିବି ମହଲରେ ପ୍ରଶ୍ନ ଉଠିଛି।
