ଦେଢ଼ ବର୍ଷର ଅଭିଯୋଗ, ଦୁଇ ଦିନର ଧାରଣା ।
ସିଡିଏମଓ ଓ ଏସ.ବି.ଏଲ୍. ଏନ୍ଜିଓର ହସ୍ତକ୍ଷେପରେ ମିଳିଲା ନ୍ୟାୟର ଆଶ୍ୱାସନା ।
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ସି.ଏଚ୍.ସି ଆଶା କର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା ଘଟିଥିବା ଅଭିଯୋଗକୁ କେନ୍ଦ୍ର କରି ପବିତ୍ର ଦାସ ନାମକ ଜଣେ ବ୍ୟକ୍ତି ପ୍ରାୟ ଦେଢ଼ ବର୍ଷ ଧରି ବିଭିନ୍ନ ସ୍ତରରେ ନ୍ୟାୟ ପାଇଁ ଅନୁରୋଧ କରୁଥିଲେ। ଯଥାଚିତ ପଦକ୍ଷେପ ନ ହେବାରୁ ସେ ଗତ ଦୁଇ ଦିନ ଧରି ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ଘଟଣାର ଗୁରୁତ୍ୱକୁ ଅନୁଭବ କରି ଏସ.ବି.ଏଲ୍. ଏନ୍ଜିଓ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ରବୀନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ୫ ଜଣିଆ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ପବିତ୍ର ଦାସଙ୍କ ଅଭିଯୋଗ, ଦଲିଲପତ୍ର ଓ ସମ୍ପୂର୍ଣ୍ଣ ପରିସ୍ଥିତିର ବିସ୍ତୃତ ଯାଞ୍ଚ କରିଥିଲା। ପରେ ଏସ.ବି.ଏଲ୍ ଅନ୍ ଜି ଓ ,ଗଞ୍ଜାମ ସିଡିଏମଓ ଶ୍ରୀ ମିଶ୍ର, ଏଡିଏମଓ କାମେଶ୍ୱର ରାଓ, ଡିପିଏମ୍ ବୁଲୁନାଥ ସାହୁ, ଆଶା ମ୍ୟାନେଜର ଆଶିଷ କୁମାର ମିଶ୍ର ଏବଂ ସିଡିଏମଓ ଅଫିସ ଷ୍ଟାଫ୍, ଏନ୍.ଏଚ୍.ଏମ୍ ର ଅଧିକାରୀମାନଙ୍କ ସହ ଆଲୋଚନା କରି ବିଷୟଟିର ଶୀଘ୍ର ଓ ବୈଧ ସମାଧାନ ପାଇଁ ପଦକ୍ଷେପ ନେଇଥିଲା। ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଭବାନୀ ଶଙ୍କର ମିଶ୍ର ବିଷୟଟିକୁ ଗୁରୁତ୍ୱ ସହକାରେ ଗ୍ରହଣ କରି ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଲିଖିତ ଆଦେଶ ଜାରି କରିଥିଲେ ଏବଂ ନ୍ୟାୟସଂଗତ ତଦନ୍ତ ମାଧ୍ୟମରେ ପବିତ୍ର ଦାସଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ରଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକରେ ସିଡିଏମଓ
ଡା.ଭବାନୀ ଶଙ୍କର ମିଶ୍ର ଓ ସଂପୃକ୍ତ ଅଧିକାରୀମାନେ ପବିତ୍ର ଦାସଙ୍କୁ ଧାରଣାରୁ ଓହରିବାକୁ ଅନୁରୋଧ କରିଥିଲେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ୱୟଂ ପବିତ୍ର ଦାସଙ୍କୁ ଥଣ୍ଡା ପାନୀୟ ପ୍ରଦାନ କରି ତାଙ୍କ ଅନଶନ ଭଙ୍ଗ କରାଇଥିଲେ ଏବଂ ତଦନ୍ତ ନିଶ୍ଚିତ ଭାବେ କରାଯିବ ବୋଲି ଲିଖିତ ଆଶ୍ୱାସନ ପ୍ରଦାନ କରିଥିଲେ।
ପବିତ୍ର ଦାସ ଏହି ମାନବିକ ହସ୍ତକ୍ଷେପ ପାଇଁ ଗଞ୍ଜାମ ସିଡିଏମଓ ଡା. ଭବାନୀ ଶଙ୍କର ମିଶ୍ର ଓ ଏସ.ବି.ଏଲ୍. ଏନ୍ଜିଓ ସଭାପତି ରବୀନ୍ଦ୍ର କୁମାର ମିଶ୍ରଙ୍କୁ କୃତଜ୍ଞତା ଜଣାଇ କହିଥିଲେ:ଏସ.ବି.ଏଲ୍. ଏନ୍ଜିଓ ଭଳି ସଚ୍ଚୋଟ ସଂସ୍ଥା ଆମ ଜିଲ୍ଲାରେ ରହିଲେ ମୁଁ ନିଶ୍ଚିତ ନ୍ୟାୟ ପାଇବି।
