*ନୂଆପଡ଼ା ଜିଲ୍ଲାରେ ରନ୍ଧନ ଗ୍ୟାସ ଅଭାବ ଦେଖାଯାଉଥିବା ଖବର ପ୍ରସାରଣ ପରେ ତୁରନ୍ତ ଜିଲ୍ଲାପାଳ ଙ୍କ ଗ୍ୟାସ ଗୋଦାନ ପରିଦର୍ଶନ, ଉପଭୋକ୍ତାଙ୍କୁ ଗ୍ୟାସ ଯୋଗାଣ ରେ କୌଣସି ଅବହେଳା ଗ୍ରହଣ କରାଯିବ ନାହିଁ ତାଗିଦ୍*
ନୂଆପଡା( ମିଖାଏଲ ନନ୍ଦ)
ତା:୧୩.୦୩.
ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗ୍ୟାସ ଏଜେନ୍ସୀ ରେ ଗ୍ୟାସ ଅଭାବ ନେଇ ଅନେକ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଆରମ୍ଭ କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଆଜି ଅନେକ ଗ୍ୟାସ ଏଯେନ୍ସି କୁ ପରିଦର୍ଶନ କରି ଉପଭୋକ୍ତା ଙ୍କୁ ରନ୍ଧନ ଗ୍ୟାସ ଯୋଗାଣ ପାଇଁ ଆହ୍ବାନ କରିଥିଲେ। ଗ୍ୟାସ ଗୋଦାନ ରେ ମହଜୁଦ ଥିବା ବେଳେ ଧର୍ଯ୍ୟ ସହ ଗ୍ୟାସ ନେବାକୁ ଜିଲ୍ଲା ବାସୀ ଙ୍କୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି।ଗ୍ୟାସ ର କୌଣସି ସମସ୍ୟା ନୂଆପଡ଼ା ରେ ଦେଖା ଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି।
