*ରନ୍ଧନ ଗ୍ୟାସ ପାଇଁ ଉପଭୋକ୍ତା ହସ୍ତତନ୍ତ*
ନୂଆପଡା( ମିଖାଏଲ ନନ୍ଦ)
ତା – ୧୨/୦୩
ନୂଆପଡା ଜିଲ୍ଳା ଅନ୍ତର୍ଗତ ଖଡ଼ିଆଳ ଠାରେ ରନ୍ଧନ ଗ୍ୟାସ ଉପଲବ୍ଧ ନ ଥିବାରୁ ଉପଭୋକ୍ତା ମାନେ ହସ୍ତତନ୍ତ। ଏହିପରି ଘଟଣା ଦେଖିବାକୁ ମିଳିଛି ଧନପତି ଗ୍ୟାସ ଏଜେନସି ଖଡ଼ିଆଳ ରେ । ଉପଭୋକ୍ତା ମାନେ କହିବା ଅନୁସାରେ ଆଜିକୁ ଗୁଟେ ସପ୍ତାହ ହେବ ରନ୍ଧନ ଗ୍ୟାସ ମିଳୁ ନାହିଁ। ଉପଭୋକ୍ତା ମାନେ ହଇରାଣ ହରକତ ହଉଛନ୍ତି। ପ୍ରଶାସନ ଦ୍ଵାରା ଜାରି ହୋଇ ଥିବା ବୂକିଙ୍ଗ ନୁମ୍ବର 8454955555 ରେ କଲ୍ କଲେ ମଧ୍ୟ ବୂକିଙ୍ଗ ହଉ ନାହିଁ। ଯାହା ଦ୍ଵାରା ଉପଭୋକ୍ତା ମାନେ ହଇରାଣ ହଉଛନ୍ତି।ଧନପତି ଗ୍ୟାସ ରେ ଅନେକ ଭିଡ ଦେଖିବାକୁ ମିଳିଛି। ଉପଭୋକ୍ତା ମାନଙ୍କ ଧନପତି ଗ୍ୟାସ ଏଜେନସି ଭିଡ ଲାଗି ରହିଛି। ଧନପତି ଗ୍ୟାସ ଏଜେନସି କୁ ପଚାରିବାରୁ କହିଥିଲେ ଯେ ଗ୍ୟାସ ସ୍ଥଗିତ ଅଛି କିନ୍ତୁ ବୂକିଙ୍ଗ ହେଇ ପାରୁନାହିଁ। ସେଇଥିପାଇଁ ଗ୍ୟାସ ଦିଆ ଯାଇ ପାରୁ ନାହିଁ। ସାରା ଭାରତ Server ପ୍ରୋବ୍ଲେମ ଅଛି ବୋଲି କହିଥିଲେ। ଏହାର ଯଥାଶୀଘ୍ର ସମସ୍ୟା ର ସମାଧାନ ନ କଲେ ଉପଭୋକ୍ତା ମାନେ ରାଜରାସ୍ତା କୁ ଓଲ୍ଲାଇବୁ କହି ଥିଲେ। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଯଥା ଶୀଘ୍ର ଏହାର ସମାଧାନ କରିବାକୁ ଉପଭୋକ୍ତା ମାନେ ନିବେଦନ କରିଥିଲେ।
