*ଅବସର କର୍ମଚାରୀଙ୍କ ଦେହାନ୍ତ*
ବସ୍ତା:- ୧୦/୦୩/୨୦୨୬(ନି.ପ୍ର)
ବସ୍ତା ବ୍ଳକ ମଥାନୀ ପଞ୍ଚାୟତ ବଡଖୁଡି ଗ୍ରାମର ଅବସର ପିଡ୍ଲୁ ଏସ କର୍ମଚାରୀ ଗୁଣନିଧି ମହାନ୍ତି(୭୬) ସୋମବାର ରାତ୍ରୀ ୧୨ଟା ୧୫ମିନିଟରେ ମୃତ୍ଯୁବରଣ କରିଛନ୍ତି। ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ଡାକ୍ତରଖାନାକୁ ନେବା ପାଇଁ ବ୍ଯବସ୍ଥା କରୁଥିବା ବେଳେ ତାଙ୍କର ମୃତ୍ଯୁ ଘଟିଥିଲା। ମୃତ୍ଯୁ ସମୟରେ ସହଧର୍ମିଣୀ ଶାନ୍ତିଲତା ପୁଅ ବାପୁ ସାନଭାଇ ପାର୍ଥ ସାରଥି ଉପସ୍ଥିତ ଥିଲେ। ସେ ଜଣେ ପରୋପକାରୀ ମିଷ୍ଟଭାଷି ବିଭିନ୍ନ ସଂଗଠନ ସହିତ ଜଡିତ ଥିଲେ। ମଙ୍ଗଳବାର ସକାଳେ ତାଙ୍କ ମୃତ୍ଯୁ ଖବର ପ୍ରଚାରୀତ ହେବାପରେ ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ମହାପାତ୍ର, ସଞୟ ମହାପାତ୍ର ସାମ୍ବାଦିକ ବିଜୟ କୁମାର ଭୂୟାଁ, ସମାଜସେବୀ ବିଜୟ କୁମାର ସିଂହ, କିଶୋର ପାଳ, ଅନିଲ ମହାପାତ୍ର, ଜଗବନ୍ଧୁ ଭୂୟାଁ, ପାଗଲା ସିଂହ, ଅମର ପାଳ, ପ୍ରଦୀପ ମହାପାତ୍ର, ରାଜେନ୍ଦ୍ର ଆଇଚ ସମେତ ବହୁ ମାନ୍ଯଗନ୍ଯ ବ୍ଯକ୍ତି ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ପୁତ୍ର ବାପୁ, ଦିପୁ, ସପୁ, ଲିପୁ ଓ ଗ୍ରାମବାସୀ ଶସ୍ମାନକୁ ନେଇଥିଲେ ପୁତ୍ରତାପସ ମୂଖାଗ୍ନୀ ଦେଇଥିଲେ।
