*ନୂଆପଡ଼ା ଜିଲ୍ଲା ଖଡିଆଳ କୋମନା ବ୍ଲକ ସୀମାନ୍ତ ଅଞ୍ଚଳ ତିଖାଲି ଡେମ ମହୋତ୍ସବ-୨୦୨୬ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୦.୦୩.
ତିଖାଲି ଶିବ ମନ୍ଦିର ପରିସର ମଧ୍ୟରେ ଖଡିଆଳ କୋମନା ବ୍ଲକ ସୀମାନ୍ତ ଅଞ୍ଚଳ ତିଖାଲି ଡେମ ମହୋତ୍ସବ-୨୦୨୬ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଆସନ୍ତା ମାର୍ଚ୍ଚ ୧୩, ୧୪ ଓ ୧୫ ତାରିଖ ତିନି ଦିନ ବ୍ୟାପି ଲୋକ ମହୋତ୍ସବ ପାଳିତ ହେବା କୁ ଥିବା ବେଳେ ଅଞ୍ଚଳ ର ଲୋକ କଳା, ସାହିତ୍ୟ, ସଂସ୍କୃତି ଓ ସହିତ ଏହି ଡେମ୍ ରେ ବିସ୍ଥାପିତ ହୋଇଥିବା ସମସ୍ତ ଗ୍ରାମବାସୀଙ୍କ ବଳିଦାନ କୁ ମନେ ପକାଇବା ପାଇଁ ଆହ୍ବାନ କରିଥିଲେ। ବିସ୍ଥାପିତଙ୍କ ବଳିଦାନ ସତରେ ଅନେକ ଅଞ୍ଚଳ ମରୁଡି ସମସ୍ୟା ମୁକ୍ତ ହୋଇ ସବୁଜ ବିପ୍ଳବ ରେ ପରିଣତ ହୋଇଅଛି। ସାମ୍ବାଦିକଙ୍କ ପ୍ରସ୍ତାବ ରେ ମହୋତ୍ସବ ଅନୁଷ୍ଠିତ ହେଉଥିବା ପଡିଆକୁ ଲୋକମହୋତ୍ସବ ପଡିଆର ମାନ୍ୟତା ଏବଂ ନାମକରଣ କରି ପ୍ରତ୍ୟେକ ବର୍ଷ ମହୋତ୍ସବ ହେବାକୁ ଆହ୍ବାନ କରିଥିଲେ। ଅଞ୍ଚଳର ଅନେକ ପ୍ରତିଭା ସହ ଗ୍ରାମର ଝଙ୍କାର, ପୁଝାରୀ ଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ପାଳନ କମିଟି ନିଷ୍ପତ୍ତି ନେଇଛନ୍ତି। ଆଜି ସମ୍ମିଳନୀ ରେ ମହୋତ୍ସବ ପାଲବ କମିଟି ସଭାପତି ଗୌତମ ତାଣ୍ଡି ଅଧ୍ୟକ୍ଷତା କରି ସମ୍ପାଦକ ପରମେଶ୍ବର ବାରିକ ସ୍ବାଗତ ଅଭିଭାଷଣ ସଭାରେ ରମେଶ ଚନ୍ଦ୍ର ଠାକୁର, ସଙ୍ଗଠକ ସାମ୍ବ ସରାଫ, କୋଷାଧ୍ୟକ୍ଷ ବାପୀନା ସାହୁ, ଉପସଭାପତି ବେହେରା, ସାଂସ୍କୃତିକ ମୁଖ୍ୟା ମୋତିଲାଳ ବାଗ।
