ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍ ଅନ୍ତର୍ଗତ ଲଇକେରା ପଞ୍ଚାୟତ ଅଧିନସ୍ଥ ଚାରପଡ଼ା ଗ୍ରାମ୍ୟ ଜଙ୍ଗଲ ରେ କଲୋନୀ ନିର୍ମାଣ , ପଦା ହେଲା ଜଙ୍ଗଲ, ସମାଜ ସେବୀ ଡ ହିମାଂଶୁ ଷଡ଼ଙ୍ଗୀ ଙ୍କ ପ୍ରତିକ୍ରିୟା ।
ସୁନ୍ଦରଗଡ଼ ( ସଞ୍ଜୀବ କୁମାର ପତି )
ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ କୋଇଲା ଖଣି ମଧ୍ୟରୁ ଓଡ଼ିଶା କୋଲ ଏଣ୍ଡ ପାୱାର ଲିମିଟେଡ ମନୋହରପୁର କୋଇଲା ଖଣି ଅନ୍ୟତମ । ଉକ୍ତ କୋଇଲା ଖଣି ଖାଦାନ ଖନନ ଦାୟିତ୍ୱରେ ବି ଜି ଆର୍ ମାଇନିଂ ଏଣ୍ଡ ଇନଫ୍ରାଷ୍ଟକ୍ଚର କମ୍ପାନୀ ଅଛି । ଓ ସି ପି ଏଲ ମନୋହରପୁର ପ୍ରଦତ୍ତ ଲିଜ୍ ଜାଗାରେ ଷ୍ଟାଫ୍ କଲୋନୀ ଗୃହ ନିର୍ମାଣ କରୁଛି ବି ଜି ଆର୍ କମ୍ପାନୀ । ପ୍ରକାଶ ଥାଉକି ଉକ୍ତ ଜାଗା ଟି ଲଇକେରା ପଞ୍ଚାୟତ ଚାରପଡ଼ା ଗ୍ରାମବାସୀଙ୍କ ଘର ଚାଷଜମି କୁ ଲାଗି ରହିଥିବା ଗ୍ରାମ୍ୟ ପତ୍ରା ଜଙ୍ଗଲ ଯାହାକୁ ଗ୍ରାମର ପୁର୍ବଜ ଙ୍କ ରକ୍ଷଣାବେକ୍ଷଣ ଯତ୍ନ ଦ୍ଵାରା ଅଧିକୃତ କରି ରଖାଯାଇଥିଲା । ଓ ସି ପି ଏଲ ମନୋହରପୁର ସରକାରଙ୍କୁ ଲିଜ ଆବେଦନ କରି ତଥା ଗ୍ରାମସଭା ରେ ସପକ୍ଷବାଦୀ ବିପକ୍ଷବାଦୀ ଙ୍କ ଦସ୍ତଖତ ନେଇ ଅଧିଗ୍ରହଣ କରି ନେଇଛି । ଯେଉଁ ଠାରେ କି ଅବୈଧ ଜଙ୍ଗଲ ନଷ୍ଟ କରି ମାଟି ପୋତି ନିର୍ମାଣ କାର୍ଯ୍ୟ ଚଲାଇଛି ବି ଜି ଆର୍ କମ୍ପାନୀ , ବହୁ ନେହୁରା ହେବା ସତ୍ବେ ଗ୍ରାମବାସୀ ବିଫଳ ହୋଇଥିଲେ । ଯାହାର କୁ ପ୍ରଭାବ ନିକଟସ୍ଥ ନାଳ ଓ ଚାଷଜମି ଉପରେ ପଡ଼ିଛି । ନିଜ ପିତୃପୁରୁଷ ଯତ୍ନକରି ରଖିଥିବା ଜଙ୍ଗଲଜମି ହରାଇବାସହ ଅମଳ କ୍ଷମ ଚାଷଜମିକୁ ଓ ସେଚନ ଉଦ୍ଧିଷ୍ଟ ନାଳ କୁ ମଧ୍ଯ ହରାଇଛନ୍ତି । ଉକ୍ତ ହୃଦୟ ବିଦାରକ ଘଟଣା ଓ ଦୃଶ୍ୟ ସମାଜସେବୀ ଡ. ହିଂମାଶୁ ଷଡ଼ଙ୍ଗୀ ଙ୍କ ନଜର କୁ ଆସିବାପରେ ଅଞ୍ଚଳର ଜନପ୍ରତିନିଧି ସମେତ ଜନତା ଙ୍କ ସହଯୋଗରେ ତଥା ସୂଚନା ଅଧିକାର ଆଇନ ଅନୁସାରେ ସମସ୍ତ ତଥ୍ୟ ହାସଲ କରିବା ଏବଂ ଆନ୍ଦୋଳନ କରି ନିଜ ଜାଗାଜମି କୁ ଛଡ଼ାଇଆଣିବା କୁ ଅଣ୍ଟାଭିଡିଛନ୍ତି ।
