ଗଞ୍ଜାମ ଓକିଲ ସଂଘ ନିର୍ବାଚନ ଉପସଭାପତି ପାଇଁ ନାମାଙ୍କନପତ୍ର ଭରିଲେ ଆଇନଜୀବୀ ସିମାଞ୍ଚଳ ବିଶୋଇ।
ବ୍ରହ୍ମପୁର -ଆସନ୍ତା ମାର୍ଚ୍ଚ ୨୮ତାରିଖରେ ହେବାକୁ ଥିବା ଗଞ୍ଜାମ ଓକିଲ ସଂଘ ନିର୍ବାଚନ ପାଇଁ ଆଇନଜୀବୀ ସିମାଞ୍ଚଳ ବିଶୋଇ ନିଜର ସମର୍ଥକ ଙ୍କ ଗହଣରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।ପ୍ରଥମ ଦିନରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରି ନିଜକୁ ଗୌରବାନୀତ ମନେ କରିବା ସହ ଏହି ସଂଘ ଦୀର୍ଘ ୧୫୦ବର୍ଷର ସଂଘ ଏବଂ ଏହାର ମର୍ଯ୍ୟାଦା ରକ୍ଷା କରିବା ସଙ୍ଘର ଲକ୍ଷ୍ୟ ବୋଲି କହିଥିଲେ।ଆଇନଜୀବୀ ମାନଙ୍କର ବିଭିନ୍ନ ସମସ୍ୟା ରହିଛି।ଏହି ସଂଘ ମାଧ୍ୟମ ରେ ହିଁ ଆଗାମୀ ଦିନରେ ସମାଧାନ ହୋଇପାରିବ ଏବଂ ଆଇନଜୀବୀ ମାନଙ୍କର ସହଯୋଗ ମୋ ପାଇଁ ଏକାନ୍ତକାମ୍ୟ ବୋଲି କହିଥିଲେ।ସିମାଞ୍ଚଳ ବିଶୋଇ ଜଣେ ଭଲ ବ୍ୟକ୍ତି ବିଶେଷ ଏବଂ ସେ ନିର୍ବାଚନ ରେ ବିଜୟ ଲାଭ କଲେ ଆଇନଜୀବୀ ମାନଙ୍କର ସମସ୍ୟା ର ସମାଧାନ ହେବା ସହ ସଂଘ ଅଧିକ ମଜଭୁତ ହୋଇପାରିବ ବୋଲି ଆଇନଜୀବୀ ଦିଲ୍ଲୀପ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।ଓଡିଶା ଓକିଲ ସଂଘ ର ନିର୍ଦ୍ଧେଶ କ୍ରମେ ଏହି ନିର୍ବାଚନ ପ୍ରକିୟା ଅନୁଷ୍ଠିତ ହୋଇଥାଏ ଏବଂ ଆସନ୍ତା ୨୮ତାରିଖ ରେ ନିରପେକ୍ଷ ନିର୍ବାଚନ ହେବା ଆବଶ୍ୟକ ବୋଲି ବରିଷ୍ଠ ଆଇନଜୀବୀ ଜଗନ୍ନାଥ ସାବତ ମତ ରଖିଥିଲେ।
