ଜିଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସ୍ତରୀୟ ସାମାଜିକ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ।(କଳାହାଣ୍ଡି.ରମେଶ ଅଗ୍ରୱାଲ.) ଭବାନୀପାଟଣା/ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲାସ୍ତରୀୟ ସାମାଜିକ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଜଳନ୍ଧର ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମାଜିକ ଗଣମାଧ୍ୟମ କର୍ମଶାଳା ରେ କଂଗ୍ରେସ ଦଳର ଓଡିଶା ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ଅଧକ୍ଷ ଅରବିନ୍ଦ୍ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମାଜିକ ଗଣମାଧ୍ୟମ ର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ବିଜେପି ସରକାର ଲୋକଙ୍କୁ ମିଥ୍ୟା କଥା କହି ସାମାଜିକ ଗଣମାଧ୍ୟମ ରେ ନିଜର ପ୍ରଚାର ପ୍ରସାର କରୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ର ବିଜେପି ସରକାର ଗତ ନିର୍ବାଚନ ରେ ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚିତ ହୋଇଥିଲା ।ସେହି ଦଳର ମିଥ୍ୟା କଥା କୁ ଅଧିକ ରୁ ଅଧିକ ମାତ୍ରା ରେ କଂଗ୍ରେସ ଦଳ ପ୍ରଚାର ପ୍ରସାର କରିବା ସାମାଜିକ ଗଣମାଧ୍ୟମ ର ବ୍ୟବହାର କରି ବୁଥ୍ ସ୍ତରକୁ ପହଞ୍ଚିବା ପାଇଁ ପରାମର୍ଶ ଦେଇଥିଲେ। ଏହି କର୍ମଶାଳାରେ କଂଗ୍ରେସ ସାଂସଦ ପାର୍ଥି ଦ୍ରୌପଦୀ ମାଝୀ, ପୂର୍ବତନ ବିଧାୟକ ଭାରତ ଭୂଷଣ ବେମାଲ, ବରିଷ୍ଠ କଂଗ୍ରେସ ନେତା ଉଚ୍ଛବ ସାହୁ, ସାମାଜିକ ଗଣମାଧ୍ୟମ ଏବଂ ମିଡିଆ ସେଲ୍ ଜିଲା ସଂଯୋଜକ ସନ୍ତୋଷ ପ୍ରଧାନ ପ୍ରମୂଖ ସାମାଜିକ ଗଣମାଧ୍ୟମ ର ପ୍ରଚାର ପ୍ରସାର ଫଳରେ କଂଗ୍ରେସ ଦଳର ସଂଘଠନ ସମ୍ପର୍କରେ ଆଲୋଚନା କରିଥିଲେ। ବରିଷ୍ଠ କଂଗ୍ରେସ ନେତା ବ୍ରଜ୍ ସାହୁ, ଭାଗବତ ବାବୁ, ଜିଲା ସାଧାରଣ ସମ୍ପାଦକ ନୀମା ଞ୍ଚଳ ନାୟକ, ସୁଦର୍ଶନ ବିଶ୍ଵାଳ ସମେତ ଜିଲାର ସମସ୍ତ ବ୍ଲକ୍ ର ବ୍ଲକ୍ ସଭାପତି, ସାମାଜିକ ଗଣମାଧ୍ୟମ ସଂଯୋଜକ ମାନେ ଉପସ୍ଥିତ ରହିଥିଲେ।
