ଠାକୁର ଅନୁକୂଳଚନ୍ଦ୍ର ଙ୍କ ବାଣୀ ମଣିଷ ନିଜର ଟଙ୍କା ପର ।
ରଘୁନାଥପୁର(ନି.ପ୍ର): ମଣିଷ କୁ ନିଜର କରି ଟଙ୍କା କୁ ପର କରିବାକୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ମାନବ ଜାତିକୁ ପରlମର୍ଶ ଦେଇଥିବାବେଳେ ବର୍ତ୍ତମାନ ଯୁଗରେ ଏହାର ବିପରୀତ ଘଟଣା ସବୁ ଦେଖିବାକୁ ମିଲୁଛି ବୋଲି ପୁରୁଣା ବସନ୍ତ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆନନ୍ଦପୁର୍ ଗ୍ରାମରେ ଅନୁଷ୍ଠିତ ସତସଙ୍ଗ ରେ ରଘୁନାଥପୁର ସତସଙ୍ଗ ଉପ ଯୋଜନା କେନ୍ଦ୍ର ର ତତ୍ତ୍ୱାବଧାରକ ତଥା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ଵାଇଁ ଯୋଗ ଦେଇ ଏହା କହିଛନ୍ତି। ଶ୍ରୀ ସ୍ୱାଇଁ ଆହୁରି କହିଥିଲେ ଯେ ପ୍ରତ୍ୟେକ ପୁଅ ଝିଅ ମାନେ ପିତା ମାତା ଙ୍କୁ ସର୍ବଦା ଖୁସି ଓ ଆନନ୍ଦ ରେ ରଖିବା ସହିତ ସେମାନଙ୍କର ନିର୍ଦ୍ଦେଶ କୁ ଅକ୍ଷରେ ଅକ୍ଷରେ ପାଳନ କରି ପାରିଲେ ସେମାନଙ୍କର ଭବିଷ୍ୟତ ଉଜଳମୟ ହୋଇପାରିବ l ଏଥିରେ ସତସଙ୍ଗ ର ସହ ପ୍ରତି ରିତିକ୍ ଘନଶ୍ୟାମ ସ୍ଵାଇଁ ପୌରହିତ୍ୟ କରି ପ୍ରତ୍ୟେକ ମନୁଷ୍ୟ ସଦଗୁରୁଙ୍କ ର ଶରଣାପନ୍ନ ହୋଇ ସତନାମ ମନନ୍ କରି ସତସଙ୍ଗ ର ଆଶ୍ରୟ ଗ୍ରହଣ କଲେ ତାହାର୍ ଉନ୍ନତି ପାଇଁ ତାକୁ ଆଉ ଭାବିବାକୁ ପଡିବ ନାହିଁ ବୋଲି କହିଥିଲେ l ଏଥିରେ ସତସଙ୍ଗ ର ଅଧର୍ଯ୍ୟ ବସନ୍ତ କୁମାର ବେହୁରା, ବିଜୟ କୁମାର ସାହୁ ଯୋଗ ଦେଇ କହିଲେ ଯେ, ପିତା ମାତା ଓ ଗୁରୁ ଙ୍କୁ ବାଦ ଦେଇ ଯେତେ ଦେବତା ପୁଜିଲେ ମଧ୍ୟ କେଉଁ ଦେବତା ଙ୍କ ର ଆଶିର୍ବାଦ ପାଇଁ ପାରିବ ନାହିଁ । ଏହି ସତସଙ୍ଗ ରେ ବିମଲ ସlସମଲ, ବିପିନୀ ରାଉତ ରାୟ, ଶ୍ରିପତି କୁମାର ଦାଶ, ନିମାଇଁ ରାଉତରାୟ, ବ୍ରହ୍ମାନନ୍ଦ ବିଶ୍ଵାଳ, ବୈଷ୍ଣବ ଚରଣ ପ୍ରଧାନ, ଶିଶିର କୁମାର ଦାଶ, ସୁକାନ୍ତ କୁମାର ସ୍ୱାଇଁ, ସୁରେଶ୍ କୁମାର ରାଉତ ପ୍ରମୂଖ ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁର ଙ୍କର୍ ସଦଗ୍ରନ୍ଥ ପାଠ କରିବା ସହ ଭଜନ କୀର୍ତ୍ତନ, କୋରସ୍ ପରିବେଷଣ କରିଥିଲେ । ଏହି ସତସଙ୍ଗ କୁ ପଞ୍ଚାୟତ ସରପଞ୍ଚ କାଳନ୍ଦି ଚରଣ ମହାନ୍ତି ଓ ପତ୍ନୀ ହେଲେନl ମହାନ୍ତି ତାଙ୍କ ନାତି ହର୍ଷବର୍ଦ୍ଧନ ମହାନ୍ତି ର ଜନ୍ମ ଦିନ ଉପଲକ୍ଷେ ପ୍ରଦାନ କରିଥିଲେ ।
