*ନୂଆପଡ଼ାର ଦୁଇ ଜଣ ଡି ଏମ୍ ଡି Duchenne Muscular Dystrophy (DMD) ଆକ୍ରାନ୍ତ ଭିନ୍ନକ୍ଷମଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଦଶଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ l*
ନୂଆପଡା(ମିଖାଏଲ ନନ୍ଦ),
ତା ୦୫/୦୩
ନୂଆପଡ଼ା ଜିଲ୍ଲାର ଦୁଇ ଜଣ ଡି ଏମ୍ ଡି Duchenne Muscular Dystrophy (DMD) ଆକ୍ରାନ୍ତ ଭିନ୍ନକ୍ଷମଙ୍କ ଅଭିଭାବକଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରଦାନ କରିଛନ୍ତି l ଏମାନେ ହେଲେ
କମଳାକାନ୍ତ ନିଆଲ, ଗାଁ – ସାଲେକେଲା, ବ୍ଲକ୍ – ବୋଡେନ ଏଵଂ ଯୁଗଳ କିଶୋର ବଛା, ଗାଁ – ରାଜାମୁଣ୍ଡା, ବ୍ଲକ୍ – ଖଡିଆଳ l ଉଭୟଙ୍କ ଶରୀର ୮୦ ପ୍ରତିଶତରୁ ଅଧିକ ଅକ୍ଷମ ହୋଇ ଯାଇଛି l ଏହି ଦଶ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦ୍ଵାରା ଏହି ଅସହାୟ ବ୍ୟକ୍ତି ମାନେ ଉନ୍ନତ ଚିକିତ୍ସା ପାଇ ପାରିବେ ଏବଂ କିଛି ଜୀବନ ଜୀବିକା ଆରମ୍ଭ କରି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି l
