ବେଲଗୁଣ୍ଠା ଏନ୍.ଏ.ସି ବିଜୁ ଜନତା ଦଳ ପକ୍ଷରୁ ୧୧୦ ତମ ବିଜୁ ଜୟନ୍ତି ପାଳିତ,
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-୦୫/୦୩,ଆଜି ପ୍ରବାଦ ପୁରୁଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ଇଣ୍ଡୋନେସିଆର ଭୂମିପୁତ୍ର ସ୍ଵର୍ଗତ ବୁଜୁ ପଟ୍ଟନାୟଙ୍କ ୧୧୦ ତମ ଜନ୍ମ ଜୟନ୍ତି ସମଗ୍ର ଦେଶରେ ପାଳନ କରାଯାଉଥିବା ବେଳେ, ବେଲଗୁଣ୍ଠା ଏନ୍.ଏ.ସି. ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ପାଳନ କରାଯାଇଅଛି. ଏହି ଅବସରରେ ବେଲଗୁଣ୍ଠା ମେଇନରୋଡ ସ୍ଥିତ କଲ୍ୟାଣ ମଣ୍ଡପଠାରେ ସ୍ପର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀ ରେ ଦଳର ନଗର ସଭାପତୀ ରବିନ୍ଦ୍ର ନାଥ ମହାପାତ୍ରଙ୍କ ନେତୃତ୍ୟରେ ନଗରପାଳ ଫିରୋଜ ସେଠି, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, କାଉନସିଲର ଏସ୍.ଦ୍ଭାସ୍କର ପାତ୍ର, ପ୍ରଦିପ କୁମାର ସେଠୀ, କାଳିଆ ସାହୁ, ଦିଲୀପ କୁମାର ଅଚାରୀ,ବିଶ୍ଵିନାଥ ଦଳାଇ, ପୂର୍ବତ୍ତନ କlଉନସିଲର କେ. ଜିତେନ୍ଦ୍ର ସୁବୁଦ୍ଧି, କାଉନସିଲର ପ୍ରତିନିଧି ରଂଜିତ ସାମଲ, ସନ୍ତୋଷ କୁମାର ସ୍ଵାଇଁ, ଏବଂ ଯୁବ ବିଜେଡି ନେତା ମଣ୍ଟୁ ମହାପାତ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଯ୍ୟଳନ କରି ଜୟନ୍ତୀ ପାଳନ କରିଥିଲେ l ଏଥିରେ ବିଜୁ ଜନତା ଦଳ ସଭାପତି ଶ୍ରୀ ମହାପାତ୍ର ବିଜୁବାବୁଙ୍କ ସ୍କୃତି ଚାରଣ କରିଥିବା ବେଳେ ଆଗକୁ ଦଳ କିପରି ମଜବୁତ ରହିବ ତାହା ଉପରେ ସୂଚନା ପ୍ରଦାନ କରିଥିଲେ, l
