ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଏଚ ପି ଭି କର୍କଟ ଟୀକାକରଣ ଅଭିଯାନର ଶୁଭାରମ୍ଭ ।
ନବରଙ୍ଗପୁର ତା ୧.୩.୨୦୨୬: ସାରା ଦେଶରେ ଜରାୟୁ ଗ୍ରୀବା କର୍କଟ ରୋଗ ରୋକିବା ପାଇଁ ବ୍ୟାପକ ଓ ଅଭିନବ ପଦକ୍ଷେପ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସାରା ଦେଶରେ ଜସ୍ବସି ପ୍ରଧାନମନ୍ତ୍ରୀ ଗତ ୨୮.୦୨.୨୦୨୬ ରେ ନିଶୁଳ ରେ ଏହି ଟୀକା କରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି। ସେଭଳି ସାରା ରାଜ୍ୟରେ ଗତ ତା.୧.୦୩.୨୦୨୬ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ଟିକା କରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଅଛନ୍ତି । ଏହି ଦିନ ନବରଙ୍ଗପୁର ଜିଲ୍ଲା ସ୍ଥିତ ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଏଚ ପି ଭି ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏଚ ପି ଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଅଛନ୍ତି। ,
Repoter -subrat mistry,
Place -Umerkote
