ବେତନଟୀ ରେ ଅନ୍ତ ପ୍ରାଦେଶିକ ଚେତନା ମହୋତ୍ସବ ଉଦଯାପିତ।
ବେତନଟୀ ୦୧/୦୩ (ପ୍ରକାଶ କୁମାର ଲେଙ୍କା) : ଭଦ୍ରକ ଜିଲ୍ଲାର ଅସୁରାଳି ଠାରେ ଥିବା ଶ୍ରୀ ବୈରାଗୀ ପ୍ରେମ କଳ୍ପ ଓ ଚେତନା ପୀଠ ଦେବି ଆଶ୍ରମ ପକ୍ଷରୁ ବେତନଟୀ ଧର୍ମଶଳା ଠାରେ ଦୁଇ ଦିନିଆ ଆନ୍ତ ପ୍ରାଦେଶିକ ଚେତନା ମହୋତ୍ସବ ରବିବାର ଦିନ ଉଦଯାପିତ ହୋଇ ଯାଇଛି। ଏହି ମହୋତ୍ସବ ମୋରଡା ବ୍ଲକ ର ଧବନିଶୋଳ ଠାରେ ଚେତନା ସଙ୍ଘର ଶାଖା ଭାବରେ ଥିବା ଲକ୍ଷ୍ମୀନାରୟଣ ପୁର ର ମୁଖ୍ୟ ମହେଶ୍ୱର ମହାନ୍ତ ଦ୍ୱାରା ଆୟୋଜିତ ହୋଇଥିଲା। ଭଦ୍ରକ ଆସୁରାଳୀ ର ଚେତନା ପୀଠ ର ମୁଖ୍ୟ ଶକ୍ତିଶ୍ରୀ ଉତ୍କଳ ଭୂଷଣ ନାୟକ ଓ ଶକ୍ତି ପୀଠ ର ବରିଷ୍ଠ ଶକ୍ତିଶ୍ରୀ ଡ଼ଃ ଚନ୍ଦ୍ରଶେଖର ଦାଶ ଯୋଗଦାନ କରି ମହୋତ୍ସବ ରେ ଉପସ୍ଥିତ ଥିବା ଶତାଧିକ ଭକ୍ତ ମାନଙ୍କୁ ଆଧ୍ୟାତ୍ମିକ ଉଦବୋଧନ ଦେଇଥିଲେ। ଉତ୍ସବ ରେ ଜଗନ୍ନାଥ ସାଂସ୍କୃତିର ବିଭିନ୍ନ ଆଧ୍ୟାତ୍ମିକ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହ ବାବା ବୈରାଗୀ ଚେତନା ପୀଠ ର ମାହାତ୍ମ୍ୟ ବିଷୟରେ ଆଲୋଚନା କରିଥିଲେ। ମହୋତ୍ସବ ବିଷୟରେ ଶନିବାର ଓ ରବିବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ ରୁ ନଗର କୀର୍ତନ,ବ୍ରହ୍ମ ଚିନ୍ତନ ଗୁରୁ ପାଦ ପୂଜା, ସାମୁହିକ ଆରତୀ, ଗୋ ବନ୍ଦାପନା ଗୁରୁ ବରଣ କରିବା ସହ ଆଶ୍ରମ ଅଧ୍ୟକ୍ଷ ଶ୍ରୀ ରାଜା ବାବା ଆଶୀର୍ବାଦ ପ୍ରଦାନ କରିଥିଲେ। ଏବଂ ଏହି କାର୍ଯ୍ୟକ୍ରମ ରେ ଗୁରୁ ବାଣୀ, ତୁଳସୀ ଜଳ ପ୍ରଦାନ, ଗୁରୁ ଭଜନ ସହିତ ଗୁରୁଃକୃପା ହିଁ ମାନବ ଜୀବନର ଶ୍ରେଷ୍ଠ ସାଧନା ପଥ ବୋଲି ଉତ୍ସବ ରେ ପ୍ରଚାରକ ମାନେ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଶକ୍ତିଶ୍ରୀ କୁଳମଣି ରାଉତ,ଶକ୍ତିଶ୍ରୀ ଶ୍ରୀ ନିବାସ ବ୍ରହ୍ମ,ଶକ୍ତିଶ୍ରୀ ସନ୍ତୋଷ ମହାନ୍ତ, ଶକ୍ତିଶ୍ରୀମତି ରତ୍ନମଣି, ଭାନୁ ପ୍ରିୟା, ହରପ୍ରିୟା, ସୁଭଦ୍ରା, ପମ୍ପା, ବୀଣା, ଆରତୀ,ଚନ୍ଦ୍ରପ୍ରଭା ପ୍ରମୁଖ ସହଯୋଗ କରିଥିଲେ।
