ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ ଅନୁଷ୍ଠିତ
ବରଗଡ଼:ବରପାଲି :୦୧.୦୩.(ନି,ପ୍ର )ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ବରପାଲିଠାରେ ଗଙ୍ଗାଧର କଳା ପରିଷଦ ଦ୍ୱାରା ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବ କାବ୍ୟ ଫଗୁଣ ସଫଳତାର ସହ ଅନୁଷ୍ଠିତ ହୋଇ ଯାଇଅଛି । ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ହରି ଚରଣ ଖଟୁଆ ସ୍ୱାଗତ ସମ୍ଭାଷଣ ଦେଇଥିଲେ ।ପ୍ରଥମ ଅଧିବେଶନରେ ସଭାପତି ଭାବେ ଡ଼. ରବୀନ୍ଦ୍ର ଗଡତିଆ ଓ ମୁଖ୍ୟ ଅତିଥି ଭାବେ ଟେକଚାନ୍ଦ ଦୁଆନ ଯୋଗଦେଇ ସମକାଳୀନ ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତାର ସ୍ୱର ଶୀର୍ଷକରେ ଆଲୋଚନା କରିଥିଲେ । ସମାଜ ପ୍ରତି ଅଙ୍ଗିକାରବଦ୍ଧତା ନ ଥିଲେ ଭଲ ସାହିତ୍ୟ ସୃଷ୍ଟି ହୋଇ ପାରିବନି ବୋଲି ଡ଼. ଗଡତିଆ ମତ ଦେଇଥିଲେ । ସରୋଜ ରାଉତଙ୍କ କବିତା ପୁସ୍ତକ ଜୀବନର ପରିଭାଷା, ରୋହିତ ଦାଶଙ୍କ କଥାନୀ ବହି ଅଛିଆଁ, ସଂଗୀତା ପଣ୍ଡାଙ୍କ କବିତା ବହି ନିମଗ୍ନ ମନା, ସୁକୁମାର ଭୋଇଙ୍କ ଦ୍ବି ଭାଷିକ କବିତା ବହି ଫଗୁନ ଓ ଗୌରାଙ୍ଗ ପାଣ୍ଡେଙ୍କ ଦ୍ୱାରା ସମ୍ପାଦିତ ପତ୍ରିକା ନୁଆଁ ସକାଲ ର ୪୯ ତମ ସଂଖ୍ୟା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସଭା ଆରମ୍ଭରେ ଦିବଂଗତ କବି ରାଧା ମୋହନ ତ୍ରିପାଠୀ ଓ ସଂଗୀତଜ୍ଞ ସ୍ବର୍ଗତ ଲକ୍ଷ୍ମୀ ମହତ୍ତମ ଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା ।
ଦ୍ଵିତୀୟ ଅଧିବେଶନରେ ନିମନ୍ତ୍ରିତ କବି ମାନଙ୍କୁ ନେଇ ଏକ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଭିନ୍ନ ଜିଲ୍ଲା ରୁ ୩୦ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ । କବିତା ପାଠୋତ୍ସବରେ କବି ଅଶୋକ ପୁଝାରୀ ସଭାପତିତ୍ୱ କରିଥିବା ବେଳେ କବି ଡ଼.ଶୁଭେନ୍ଦୁ ସୁଧା ଷଢଙ୍ଗୀ ଓ କବୀ ନିବେଦିତା ସ୍ୱାଇଁ ସଂଯୋଜନା ଦାୟିତ୍ୱ ତୁଲେଇଥିଲେ । ସମସ୍ତ କବିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ସଭାରେ ବିଜେନ୍ଦ୍ର ବେହେରାଙ୍କ ଦ୍ୱାରା ଅଙ୍କିତ ସୁରେନ୍ଦ୍ର ସାଏଙ୍କ ତୈଳଚିତ୍ର ଅତିଥି ମାନଙ୍କ ଦ୍ୱାରା ଅନାବରଣ ହୋଇଥିଲା ,ଯାହା ହଜାରୀ ବାଗ ଜେଲକୁ ଅର୍ପଣ କରାଯିବା ପାଇଁ ତିଆରି ହୋଇଛି । ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଶିଷ୍ଟ କବି ରୋହିତ ଦାଶ. ଅଧ୍ୟାପକ ସୁବଲ ମେହେର ଓ ବିଶିଷ୍ଟ ବାନ୍ଧ ଶିଳ୍ପୀ ଭିକାରୀ ମେହେର, ଅନୁଷ୍ଠାନର ବରିଷ୍ଠ ସଭ୍ୟ ମହାଦେବ ରାଉତ ସଭାକୁ ଆୟୋଜନ କରିବାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଡ଼. ଭଗବତୀ କର ଧନ୍ୟବାଦ ଅର୍ପଣ କରିଥିଲେ.ସୁଜିତ ଶତପଥି, ଆଶିଷ ମିଶ୍ର, ସ୍ୱାଗତମ ରଥ, ଡ଼. ଅଶୋକ ମହାପାତ୍ର, ହେମାଙ୍ଗିନୀ ଦାଶ, ପ୍ରବାସିନୀ ହୋତା, ସାବିତ୍ରୀ ପୁରୋହିତ, ପ୍ରୀତିନନ୍ଦା ପାଣିଗ୍ରାହୀ, କିରଣ ଅଗ୍ରୱାଲ,ତପସ୍ୱିନୀ ଗୁରୁ,ବିଜୟ ପ୍ରଧାନ,ଭରତ ନାୟକ କିଶୋର ସାହୁ, ସରୋଜ ଦାଶ,ଆଦି କବି ଓ ଅବସର ପ୍ରାପ୍ତ ଅଧ୍ୟକ୍ଷ ପତିତ ପାବନ ସାହୁ, ସାମ୍ବାଦିକ ଉମେଶ ବିଶ୍ୱାଳ ସୁରେଶ ଅଗ୍ରୱାଲ ଆଦି ବିଶିଷ୍ଟ ବ୍ୟକ୍ତି ଙ୍କ ଗାରିମାମୟ ଉପସ୍ଥିତି ରେ ଆଦ୍ୟ ଫଗୁଣ ସଫଳ ହୋଇଥିଲା ।
