ସତ୍ୟର ହେଲା ଜୟ ସାମ୍ବାଦିକ ସମ୍ମିଳନୀ ରେ ଭଜରାମ ସାବତ (ମିଟୁ )ଙ୍କ ବିବୃତ୍ତି।
ହିଞ୍ଜିଳିକାଟୁ-,ହିଞ୍ଜିଳିକାଟୁ ମ୍ୟୁନସିପାଲିଟି ଠାରେ ମିଥ୍ୟା ଅଭିଯୋଗ ରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କ୍ରେଜିୱାଲ୍ ଙ୍କୁ ଜେଲ୍ ପଠାଇ ଥିବା ବେଳେ ସୁପ୍ରିମୋକୋର୍ଟ ପାଖରେ କିଛି ପ୍ରମାଣ ନଥିବାରୁ ନିର୍ଦ୍ଦୋଷ ରେ ଖଲାସ କରିଥିବା ନେଇ ଆମ ଆଦମୀ ପାର୍ଟି ର ଆସିକା ଲୋକସଭା ଆବାହକ ତଥା ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥି ଭଜରାମ ସାବତ (ମିଟୁ )ସାମ୍ବାଦିକ ସମ୍ମିଳନୀ ରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି।ଡବଲ ଇଞ୍ଜିନ ସରକାର ଡବଲ ବିକଶିତ କହି ଡିଣ୍ଡମ ପିଟୁଥିବା ବେଳେ ଆଜି ବିଫଳତା ପଦାରେ ପଡିଛି। ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା, କୃଷକ ସମସ୍ୟା ନ କହିଲେ ଭଲ। ରାଜ୍ୟର ବିଭିନ୍ନ ବିଭାଗରେ କର୍ମଚାରୀ ମାନଙ୍କର ଘୋର ଅଭାବ ଦେଖାଦେଇଥିବା ବେଳେ କର୍ମଚାରୀ ମାନେ ଜଣେ ଜଣେ ଦୁଇ ତିନୋଟି ବିଭାଗର ଦାୟିତ୍ୱ୍ୱ ସମ୍ଭାଳୁଛନ୍ତି ଯାହାଫଳରେ ସରକାରଙ୍କ ଜନହିତକର କାର୍ଯ୍ୟ ତଦାରଖ ଠିକ ଭାବେ ହୋଇପାରୁନାହିଁ ଏବଂ ନିମ୍ନ ମାନର କାର୍ଯ୍ୟ କରୁଛନ୍ତି। ଚାଷୀ ମାନଙ୍କର ଦୁର୍ଦଶା କହିଲେ ନ ସରେ ମିଲର ମାନଙ୍କ ମନମୁଖୀ କାର୍ଯ୍ୟ ରେ ଚାଷୀ ମାନେ ବଳି ପଡୁଛନ୍ତି। ବାଲି , କ୍ରସର, ଇଟା ମାଫିଆ ଗୁଡିକ ବନ୍ଦ କରିବା ପରିବର୍ତ୍ତେ ବିଜେପି ସରକାର ବଟି ଆଦାୟକରି ଚୁପ ରହିଛି। ନିର୍ବାଚନ ଇସ୍ତାହାର ରେ ଦେଇଥିବା ପ୍ରତିଶୃତି ସରକାର କୁ ଆସିବାର ୨୦ମାସ ବିତିଯାଇଥିଲେ ମଧ୍ୟ ତାହା ପୂରଣ ହୋଇପାରି ନାହିଁ। ଯଦି ସରକାର ଏସବୁ ପ୍ରତି ଧ୍ୟାନ ନ ଦିଅନ୍ତି ତାହାହେଲେ ଆଗାମୀ ଦିନରେ ଆମ ଆଦମୀ ପାର୍ଟି ରାଜ ରାସ୍ତା କୁ ଓଲ୍ଲାଇ ତୀବ୍ର ଆନ୍ଦୋଳନ କରିବ ବୋଲି ଭଜରାମ ସାବତ (ମିଟୁ )ଚେତାବନୀ ଦେଇଛନ୍ତି।
