*ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ କୋମନା ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ*।
ନୂଆପଡା(ମିଖାଏଲ ନନ୍ଦ)
ତା:୨୫.୦୨.
ନୂଆପଡା ଜିଲ୍ଳା ଅନ୍ତର୍ଗତ କୋମନା ବ୍ଲକ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ କୋମନା ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି।
ଗତ ୮ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିରରେ ସମୁଦାୟ ୮୦ ଜଣ ଛାତ୍ରୀ ଅଂଶ ଗ୍ରହଣ କରି ବିଭିନ୍ନ କୌଶଳ ର ତାଲିମ ନେଇ ନିଜ କୁ ନିଜେ ସୁରକ୍ଷା କରିବା ବିଭିନ୍ନ ଉପାୟ ଶିଖିଥିଲେ। ଏହାଦ୍ବାରା ତାଙ୍କ ମଧ୍ୟରେ ଦକ୍ଷତା ଏବଂ ଉଚ୍ଚଶକ୍ତି ବୃଦ୍ଧି ହୋଇଅଛି।କଲେଜ୍ ଅଧକ୍ଷ ପ୍ରଭାସ କୁମାର ପଣ୍ଡା ଏବଂ ସମ୍ମାନୀତ ଅଥିତି ରୂପେ ଦେବେନ୍ଦ୍ର ସୁନାନୀ ସମେତ ଅଧ୍ୟାପକ ମହେନ୍ଦ୍ର ମେହେର, ଆକାଶ ଦାଣ୍ଡିଆ, ଦିପାଞ୍ଜଳି ପ୍ରଧାନ , ଅଳକାମୟୀ ମିଶ୍ର ଉପସ୍ଥିତ ଥିଲେ। ମାଷ୍ଟର ଟ୍ରେନର ଶ୍ରୀମତୀ ସରସ୍ଵତୀ ଶବର ଛାତ୍ରୀଙ୍କୁ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏପରି ପ୍ରଶିକ୍ଷଣ ଛାତ୍ରୀମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ସାହାଯ୍ୟ କରେ । ଶେଷରେ ପ୍ରଶିକ୍ଷଣ ରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ଦିଆଗଲା ।
