*ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ଆଜି ଦୁଇ ଗୋଟି ପାଣି ପାଉଚ ଉତ୍ପାଦନ କେନ୍ଦ୍ର ରେ ଚଢ଼ାଉ, ୮୦ ହଜାର ଟଙ୍କା ଜରିମାନା ଆଦାୟ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୧.୦୨.
ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ଆଜି ଦୁଇ ଗୋଟି ପାଣି ପାଉଚ ଉତ୍ପାଦନ କେନ୍ଦ୍ର ରେ ଚଢ଼ାଉ, ୮୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଜିଲ୍ଲା ରେ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ପାଇଁ ସଂକଳ୍ପ ନେଇଥିବା ବେଳେ ଦୀର୍ଘ ଦିନରୁ ଜନସାଧାରଣ ଙ୍କ ଦାବୀ ମଧ୍ୟ ଥିଲା। ପାଣି ପାଉଚ୍ କୁ ଚଢ଼ାଉ କରି ୨୭୨ ପକେଟ୍ ପାଣି ପାଉଚ ଜବତ କରିଥିବା ବେଳେ ୮୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଅଛି। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରାଉତ, ଅଧ୍ୟକ୍ଷତା ରେ ଏକ ଦଳ ଚଢାଉ କରିଥିଲେ। ପ୍ରତିନିଧି ଦଳ ରେ ଖଡିଆଳ ତହସିଲଦାର ନରସିଂହ ଗଡବା, ଖଡିଆଳ ବିଡ଼ିଓ ମିଳନ କୁମାର ଟଙ୍କାର, ଖଡିଆଳ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା,ଖଡିଆଳ ଏନ୍ ଏ ସି କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।
