୭ଟି କେନ୍ଦ୍ରରେ ୧୧୨୩ ଜଣ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା, ୧୩ ଜଣ ଅନୁପସ୍ଥିତ।ରଘୁନାଥପୁର(ନିପ୍ର): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ରଘୁନାଥପୁର ବ୍ଲକର ୭ ଗୋଟି ପରୀକ୍ଷା କେନ୍ଦ୍ରରେ ୧୧୩୬ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନ ୧୧୨୩ ଛାତ୍ରୀଛାତ୍ର ମାତୃଭାଷା ପରୀକ୍ଷା ଦେଇଥିବାବେଳେ ୧୩ ଜଣ କୌଣସି କାରଣରୁ ଅନୁପସ୍ଥିତ ରହିଥିବା ଘଟଣା କୁ ନେଇ ସଂପୃକ୍ତ ପ୍ରଧାନ ଶିକ୍ଷକ ଙ୍କ ଉପରେ ସନ୍ଦେହ ସୃଷ୍ଟି କରୁଛି l ଛାତ୍ରଛାତ୍ରୀ ମାନେ ଅନୁପସ୍ଥିତ ଥିବା ସ୍କୁଲ ଗୁଡିକ ମଧ୍ଯରୁ ରେଢୁଆ ବିସି ହାଇସ୍କୁଲରେ ୨,ସାଦେଇପୁର ଭଦ୍ରେଶ୍ୱର ହାଇସ୍କୁଲରେ ୪,ଜଇସୋଳ ହାଇସ୍କୁଲରେ ୪,ନାଲିବର ହାଇସ୍କୁଲରେ ୧,ତରିକୁନ୍ଦ ହାଇସ୍କୁଲରେ ୨ ଛାତ୍ର ଛାତ୍ରୀ କାହିଁକି ବିରତ ରହିଲେ ତାର ସମୀକ୍ଷା କରାଯାଇ ପ୍ରଧାନ ଶିକ୍ଷକ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ଓ ଅଭିଭାବକମାନ ଙ୍କ ପକ୍ଷରୁ ଦାବି ହୋଇଛି । ମାଟ୍ରିକ ପରୀକ୍ଷା ନିମନ୍ତେ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ, ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୨ ସ୍କ୍ୱାର୍ଡ ଓ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାୟୀ ତହସିଲଦାର ଓ ବିଡିଓଙ୍କ ତତ୍ତ୍ଵାବଧାନରେ ସ୍କ୍ୱାର୍ଡ ନିୟୋଜିତ ଥିଲେ। ଏପରିକି ସି ସି ଟି ଭି ସର୍ଭେଲାନ୍ସ ରେ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକ ରହିଛି ଓ ବୋର୍ଡ କ୍ୟାମେରା ସହ ଲିଙ୍କ କରାଯାଇଛି। ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଶ୍ନପତ୍ର ପେପର ଗଚ୍ଛିତ ପାଇଁ ହବ କରାଯାଇ ଏହାର ଦାୟୀତ୍ୱରେ ଅତିରିକ୍ତ ତହସିଲଦାର ମନୋଜ କୁମାର ବେହେରାଙ୍କୁ ନିୟୋଜିତ କରାଯାଇଛି।
