ଆଶା ପବ୍ଲିକ ସ୍କୁଲ ର ନବମ ବାର୍ଷିକ ଉତ୍ସବ ପାଳିତ।
ଗୋପାଳପୁର-ଗୋପାଳପୁର ରୋଡସ୍ଥିତ ବାହାଦୁର ପେଟା ସ୍ଥିତ ଆଶା ପବ୍ଲିକ ସ୍କୁଲର ନବମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାନ୍ ସଂଘର ସଭାପତି ସୁଶାନ୍ତ କୁମାର ସାବତ, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ରାମ ନାରାୟଣ ମହାବିଦ୍ୟାଳୟ ଡୁରା ଅଳକା ସାହୁ,ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରିୟା ବେହେରା,ସମିତି ସଭ୍ୟା ଲକ୍ଷ୍ମୀ ସେଠୀ,ଅନ୍ୱେଷା କଳା କେନ୍ଦ୍ର ଉପଦ୍ଦେଷ୍ଟା ଡ ଉଷା ରାଣୀ ମହାପାତ୍ର, ଲଳିତା କଲାକେନ୍ଦ୍ର ର ଉପଦେଷ୍ଟା ଚନ୍ଦ୍ରକଳା ,ଆଶା ପବ୍ଲିକ ସ୍କୁଲର ସମ୍ପାଦିକା ସେବତୀ ପାଢ଼ୀ,ସଭାପତି ସିଦ୍ଧାର୍ଥ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଦ୍ଵୀପ ପ୍ରଜ୍ବଳନ କରିଥିଲେ।ସମସ୍ତ ଅତିଥି ମାନଙ୍କୁ ଫୁଲ ତୋଡା ଓ ଉପଢୌକନ ଦେଇ ମଞ୍ଚରେ ସମ୍ମାନୀତ କରାଯାଇଥିଲା।ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପଢ଼ିବା ସହ ଭଲ ମଣିଷ କିପରି ହେବା ସେ ବିଷୟରେ ପରାମର୍ଶ ଦେଇଥିଲେ,ଏବଂ ସର୍ବଦା ମୋବାଇଲ୍ ଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ସୁଶାନ୍ତ କୁମାର ସାବତ ଚଳିତ ବର୍ଷରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଏବଂ ଟଫି ପ୍ରଦାନ କରିଥିଲେ।ପୂର୍ବରୁ ସ୍କୁଲ ରେ ବିଭିନ୍ନ ପ୍ରତିଯୋଗିତା ଏବଂ ବିଜ୍ଞାନ ମେଳାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ ଅତିଥି ମାନେ ପୁରସ୍କୃତ କରିଥିଲେ। ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଆଶା ପବ୍ଲିକ ସ୍କୁଲର ସମସ୍ତ ସଦସ୍ୟ, ଛାତ୍ର ଛାତ୍ରୀ ମାନେ ପରିଚାଳନା କରିଥିଲେ।
