ଦୁର୍ଘଟଣାଗ୍ରସ୍ତ ଅଜଣା ଯୁବକଙ୍କୁ ସଂଘମିତ୍ରା ଗ୍ରୁପର ମାନବିକ ସେବା
ବରଗଡ଼ :(ନି, ପ୍ର) ବରଗଡ ରେ ସଂଘମିତ୍ରା ଗ୍ରୁପର ମାନବିକତା ପୁଣିଥରେ ପ୍ରଶଂସାର ଯୋଗ୍ୟ ହୋଇଛି। ବରଗଡ଼ ଗୁରୁଦ୍ୱାରା ଛକ ନିକଟରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣେ ଅଜଣା ଯୁବକଙ୍କୁ ସଂଘମିତ୍ରା ଗ୍ରୁପର ସଦସ୍ୟ ଦିନେଶ ପାଲ ବିନା ମୂଲ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଇ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ, ଦୁର୍ଘଟଣା ପରେ ସେହି ସ୍ଥାନରେ ଯୁବକଙ୍କ ମୃତ୍ୟୁ ଘଟିଥିବାରୁ ପୋଲିସ ସଂଘମିତ୍ରା ଗ୍ରୁପକୁ ସୂଚିତ କରିଥିଲେ। ସୂଚନା ପାଇବା ସହିତ ସଂଘମିତ୍ରା ଗ୍ରୁପ ମଧ୍ୟରେ ତୁରନ୍ତ ଆଲୋଚନା କରାଯାଇ ଦିନେଶ ପାଲଙ୍କ ଦ୍ୱାରା ନିଶୁଳ୍କ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଥିଲା।ସଂଘମିତ୍ରା ଗ୍ରୁପର ଏହି ମାନବିକ ସେବା ମନୋବୃତ୍ତି ପଦକ୍ଷେପ ସାଧାରଣ ଲୋକଙ୍କ ମଧ୍ୟରେ ଉଚ୍ଚ ପ୍ରଶଂସିତ ହୋଇ ପାଇଛି।
