ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟାଦଶ ବାର୍ଷିକୋତ୍ସବ ପାଳିତ।
ବ୍ରହ୍ମପୁର -ସ୍ଥାନୀୟ ଅରବିନ୍ଦ ନଗରସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟାଦଶ ବର୍ଷିକୋତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ବର୍ଣ୍ଣାଢ୍ୟ ସହକାରେ ପାଳିତ ହୋଇଯାଇଛି। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ସଭାପତି ତଥା ବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ମହନ୍ତ କମଳାକାନ୍ତ ଦାସ ମହାରାଜଙ୍କ କରକମଳରେ ଦୀପ ପ୍ରଜ୍ଜଳନ କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା।ଭାରତୀୟ ସଂସ୍କୃତି ଉପରେ ଆଧାରିତ ଶିକ୍ଷା ଏହି ଅନୁଷ୍ଠାନ ରେ ପ୍ରଦାନ କରାଯିବ ସହ ଶିଶୁ ମାନଙ୍କର ନୈତିକ ଏବଂ ବୌଦ୍ଧିକ ସ୍ତରରେ ବିକାଶ କରାଯାଉଛି ବୋଲି ଶ୍ରୀ ମହନ୍ତ ଅଭିଭାବକ ଏବଂ ଶିଶୁ ମାନଙ୍କୁ ପରାମର୍ଶ ଦେଇଥିଲେ।ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ ତେଣୁ ଶିଶୁ ମାନେ ନିଜର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରଖି ଭଲ ପାଠ ପଢିବା ବୋଲି ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ଅନିଲ କୁମାର ମହାପାତ୍ର କହିଥିଲେ। ସମ୍ମାନୀତ ଅତିଥିଭାବେ ସ୍ଥାନୀୟ କର୍ପୋରଟର ସୁନିତା ପଟ୍ଟନାୟକ, ବିଦ୍ୟାଳୟ ଶିକ୍ଷା କମିଟିର ଉପସଭାପତି ରଞ୍ଜନ କୁମାର ସାହୁ, ଶିକ୍ଷା କମିଟି ଉପଦେଷ୍ଟା ଡ଼ଃ ସୁଦର୍ଶନ ସାହୁ, ଅବସରପ୍ରାପ୍ତ ଅଧକ୍ଷ ଦେବୀ ପ୍ରସାଦ ସାହୁ,ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଏମ ଆଇ ସି ବିଭାଗର ସନୋଜ କୁମାର ପାଢ଼ୀ ଯୋଗଦେଇ ଭଲ ପାଠ ପଢି ପିତାମାତା, ବିଦ୍ୟାଳୟ ଓ ଦେଶଜାତିର ଟେକ ରଖିବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟ ର ସମ୍ପାଦକ କୁମୁଦ ରଞ୍ଜନ ପଣ୍ଡା ବାର୍ଷିକ ବିବରଣୀ ପଠନ କରି ଆଗାମୀ ଦିନରେ କିପରି ଶିକ୍ଷା ର ଗୁଣାତ୍ମକ ମାନ ବୃଦ୍ଧି ପାଇବ ସେହି ବିଷୟରେ ଆଲୋକପାତ କରିଥିଲେ। ପ୍ରଧାନଚାର୍ଯ୍ୟ ରାଜେନ୍ଦ୍ର କୁମାର ପଟ୍ଟନାୟକ ଅତିଥି ପରିଚୟ ସହ ବାର୍ଷିକ ଉତ୍ସବ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବର୍ଷ ତମାମ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାର୍ଟିଫିକେଟ ସିଲ ଦିଆଯାଇ ପୁରସ୍କୃତ କରାଯାଇଥିଲା। ଶେଷରେ ଶିଶୁମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅଶ୍ୱିନୀ କୁମାର ଦାସ, ଗୋବିନ୍ଦ ବେହେରା, ନୀଳାଞ୍ଚଳ ସାହୁ, ଶ୍ରୀକାନ୍ତ ପଟ୍ଟନାୟକ, ପ୍ରଣତି ପଟ୍ଟନାୟକ ସମସ୍ତ ସେବବ୍ରତୀ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ।
