*ନୂଆପଡାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଓ ପ୍ରାଣୀ ସମ୍ପଦ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ l*
ନୂଆପଡ଼ା( ମିଖାଏଲ ନନ୍ଦ)
ତା. ୦୫/୦୨
ନୂଆପଡାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ର ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକର ଆରମ୍ଭରେ ସହାୟକ ନିର୍ବାହୀ ଯନ୍ତ୍ରୀ (କୃଷି) ଓ ଡିଏମ୍, ଆପିକଲ ଶ୍ରୀ ସନ୍ଦୀପ କୁମାର ଜୋଜୋ ସମସ୍ତଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ମୋଟ ୮ଟି ଆବେଦନ ଗ୍ରହଣ ହୋଇଥିବା ନେଇ ଆଲୋଚନା ହୋଇଥିଲା l ଏଥିରେ ୭ଟି ବ୍ରଏଲର ଫାର୍ମ ଓ ୧ଟି ଡାୟରୀ ଫାର୍ମ ଅନ୍ତର୍ଭୁକ୍ତ ରହିଛି।ଜିଲ୍ଲାପାଳ ସମସ୍ତ ପ୍ରକଳ୍ପର ଖର୍ଚ୍ଚ, ପ୍ରଗତି ସ୍ଥିତି ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ରିହାତି (subsidy) ଯୋଗାଣ ଉପରେ ଆଲୋଚନା କରି ଏଥିରେ ଥିବା ସମସ୍ଯାର ଶୀଘ୍ର ସମାଧାନ ପାଇଁ ସମ୍ବନ୍ଧିତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, ନାବାର୍ଡର ଡିଡିଏମ୍ ସୁନାରାମ ମାଝୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଅରବିନ୍ଦ , ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା, ଏ ଡି ଭି ଓ, ଡଃ କେ ପି ଦୋରା , ଏଲ ଡି ଏମ୍ ହରିଶଙ୍କର ନିଆଲ୍ ପ୍ରମୁଖ ଉପସ୍ଥିତ ଥିଲେ।ଏହା ସହିତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରାଣୀସମ୍ପଦ ବିଭାଗର ଜିଲ୍ଲାସ୍ତରୀୟ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଗୋ-ସୁଗମ ପୋର୍ଟାଲ ମାଧ୍ୟମରେ ଫଡର ଉଦ୍ୟୋଗ, ସେମି-କମର୍ସିଆଲ ଗୋ ପାଳନ, ଛେଳି ପାଳନ, ମହିଳା ବାଛୁରୀ ପାଳନ ଓ ଅନ୍ୟାନ୍ୟ ଯୋଜନା ଅଧୀନରେ ମୋଟ ୨୩୪ଟି ଆବେଦନ ଗ୍ରହଣ ହୋଇଥିବା ନେଇ ଅବଗତ କରାଯାଇ, ସେଗୁଡ଼ିକୁ ବୈଠକରେ ଅନୁମୋଦନ କରାଯାଇଥିଲା।ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ମିଶନ ଶକ୍ତିର ଡିପିସି ସୁନୀଲ କୁମାର ମଲ୍ଲିକ, ଏଡିଭିଓ (LP) ଡା. ସିମ୍ଫୋନି ମହାନ୍ତି, ଏଡିଭିଓ (AW) ଡା. ସୁଧାଂଶୁ ଶେଖର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
