କୂଅ ନଳକୂଅକୁ ବଳପୂର୍ବକ ଆବଦ୍ଧ କରିବା ପ୍ରସଙ୍ଗ ରେ 144 ଜାରି କଲେ ଉପଜିଲ୍ଲାପାଳ l
ଯାଜପୁର ଧର୍ମଶାଳା (ଭଞ୍ଜଦୁତ)କୂଅ ନଳକୂଅକୁ ବଳପୂର୍ବକ ଆବଦ୍ଧ କରିବା ପ୍ରସଙ୍ଗ ରେ 144 ଜାରି କଲେ ଉପଜିଲ୍ଲାପାଳ ଚଞ୍ଚକତା କରି ସାବକ ପ୍ଲଟ, ଖାତା କୁ ପରିବର୍ତ୍ତନ କରାଯାଇ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସରକାର ନିର୍ମାଣ କରିଥିବା କୂଅ, ନଳକୂଅ ରାସ୍ତା ଭଳି ମୌଳିକ ଆବଶ୍ୟକତାକୁ ବଳପୂର୍ବକ ଆବଦ୍ଧ କରିବା ଘଟଣାକ୍ରମ ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ରୋକ ଲଗାଯାଇଛି.ଲୋକଙ୍କ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅବିଳମ୍ବେ କନଷ୍ଟ୍ରକସନ କାର୍ଯ୍ୟ ବନ୍ଦ କରି ତ୍ୱରିତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ମଙ୍ଗଳବାର ଅପରାହ୍ନ ରେ ଆଦ୍ୟାଶା ରାଉତ ଡେପୁଟି ଜିଲ୍ଲାପାଳ ତଥା ନିର୍ବାହି ମାଜିଷ୍ଟ୍ରେଟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜେନାପୁର ଥାନା ଆଇଆଇସି ଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି. ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ, ଜେନାପୁର ଥାନା ଅଧୀନ ତାଳଜଙ୍ଗ ମୌଜା ର ବଳରାମପୁର (ତଳଗଡ଼ )ଗାଁ ର ଖାତା ନମ୍ବର 320/128 ର ସାବକ ପ୍ଲଟ ନମ୍ବର 1167,1167/24 ଏବଂ 1160 ପ୍ଲଟ ର ତିରିଶ ଗୁଣ୍ଠ ରୁ ଉର୍ଦ୍ଧ ଜମି ଉପରେ ବଳରାମପୁର (ତଳଗଡ଼) ଙ୍ଗାର ଦଳିତ ବେହେରା ସାହିର ପରିବାର ଗୁଡିକ ନିର୍ଭର କରି ଚାଷ ବାସ ସହ ଖେଳକୁଦ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉକ୍ତ ଜମି ଉପରେ କରି ଆସୁଥିଲେ. ସର୍ବସାଧାରଣଙ୍କ ଉଦେଶ୍ୟ ରେ ଖୋଦ ସରକାର ଉକ୍ତ ଜମି ଉପରେ ଗୋଟିଏ କୂଅ, ଗୋଟିଏ ନଳକୂପ ଖୋନନ କରିଥିଲେ. ବିଦ୍ୟୁତ ବିଭାଗ ପକ୍ଷରୁ ଏକ ଟ୍ରାନ୍ସଫର୍ମର ଏବଂ ଧର୍ମଶାଳା ପଞ୍ଚାୟତ ସମିତି ପକ୍ଷରୁ ଏକ କଂକ୍ରିଟ ରାସ୍ତା ଉକ୍ତ ଜମି ଉପରେ ସରକାରି ଅର୍ଥ ବ୍ୟୟବରାଦ ରେ ନିର୍ମାଣ ହୋଇଥିଲା. ଦଳିତ ବେହେରା ସାହିର ପରିବାର ଗୁଡିକ ପାଣି ପାଇଁ ଉକ୍ତ କୂଅ ନଳକୂପ ଉପରେ ନିର୍ଭର କରିଆସୁଥିଲେ. ଏପଟେ କାହିଁ କେଉଁ କାଳରୁ ଉକ୍ତ ଜମି ଉପରେ ଭୋଗଦଖୋଲ କୋରିଆସୁଥିବା ଉକ୍ତ ପରିବାର ଗୁଡିକର ନିରୋକ୍ଷରତା ର ସୁଯୋଗ ନେଇ ଗତ ସେଟଲମେଣ୍ଟ ରେ ବଳରାମପୁର (ତଳଗଡ଼ )ଙ୍ଗାର ଭବାନି ସଂକର ପଟ୍ଟନାୟକଙ୍କ ପରିବାର ଚଞ୍ଚକତା ବଳରେ ସାବକ ପ୍ଲଟ କୁ ପରିବର୍ତ୍ତନ କରି ଉକ୍ତ ଜମି ଉପରେ ବଳପୂର୍ବକ ପାଚେରି ନିର୍ମାଣ କରି ଦଳିତ ପରିବାର ଗୁଡିକର ଜଳ ଉତ୍ସ ଭାବେ ନିର୍ଭର କରୁଥିବା ସରକାରି କୂଅ, ନଳକୂଅ କୁ ମଧ୍ୟ ଆବଦ୍ଧ କରି କୂଅ ପୋଖରୀ ରାସ୍ତା ବନ୍ଦ କରି ପାଚେରି ନିର୍ମାଣ କରିବା ସମ୍ପର୍କ ରେ ଦଳିତ ପରିବାର ଗୁଡିକ ପକ୍ଷରୁ ଶିବ ବେହେରା ଦୀପକ ବେହେରା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଏକ କ୍ରିମିନାଲ ମିସ କେଶ ଦାୟର କରିଥିଲେ. ଏହାକୁ ପୁଙ୍ଖାନୁପୁଙ୍ଖ ତର୍ଜମା ସହ ବିଚାର କରି ସର୍ବସାଧାରଣ ହିତ ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ବିବାଦୀୟ ଜମି ଉପରେ ୟୁଏସ 163 ବିଏନଏସ ବା 144 ଲଗାଇ କନଷ୍ଟ୍ରକସନ କାର୍ଯ୍ୟ ଅବିଳମ୍ବେ ବନ୍ଦ କରିବାକୁ ଉପ ଜିଲ୍ଲାପାଳ ଯାଜପୁର ଜେନାପୁର ଆଇଆଇସି ଙ୍କୁ ନିର୍ଦେଶ ଦେଇଛନ୍ତି. ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତ୍ୱରିତ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଡେପୁଟି ଜିଲ୍ଲାପାଳ ତଥା ନିର୍ବାହି ମାଜିଷ୍ଟ୍ରେଟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ରିମିନାଲ ମିସ କେଶ ନମ୍ବର 188/2026 ରେ ନିର୍ଦେଶ ଦିଆଯାଇଥିବା ଜଣାପଡିଛି.
