*ତାଳଚେର ଧରମପୁର ରେ ବିଶାଳ ହିନ୍ଦୁ ସମ୍ମିଳନୀ*
*(ଭାରତୀୟ ଶାସ୍ତ୍ର ବୈଜ୍ଞାନିକତା ରେ ଭରପୁର*)
*ହିନ୍ଦୁ ସମାଜକୁ ଜାଗ୍ରତ ହେବାର ବେଳ ଉପନୀତ-ବିଭାଗ କାର୍ଯ୍ୟବାହ ଆଇ ଏସ ଏସ*
——————–
ତାଳଚେର :ତା 4/2/2026: ହିନ୍ଦୁ ସମାଜରେ ସଚେତନତା ଓ ଜାଗରଣ ପାଇଁ ତାଳଚେର ଧରମ ପୁର ଠାରେ ବିଶାଳ ହିନ୍ଦୁ ସମ୍ମିଳନୀର ମଙ୍ଗଳବାର ସନ୍ଧ୍ୟା ରେ ଆୟୋଜନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ବିଭାଗ କାର୍ଯ୍ୟବାହ ଚନ୍ଦ୍ରଶେଖର ବେହେରା ଯୋଗଦେଇ ହିନ୍ଦୁ ସମାଜ ଜାଗ୍ରତ ହେବାର ସମୟ ଆସିଛି ବୋଲି କହିଥିଲେ |ହିନ୍ଦୁ ଧର୍ମ ତଥା ସନାତନ ଧର୍ମ ବସୁଧେବ କୁଟୁମ୍ବକମ କଥା ଚିନ୍ତା କରେ ସର୍ବେ ଭବନ୍ତୁ ସୁଖିନଃ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରେ ସମସ୍ତ ଙ୍କର କଲ୍ୟାଣ ପାଇଁ କାର୍ଯ୍ୟ କରେ ବୋଲି ସେ କହିଥିଲେ |ଉକ୍ତ କାର୍ଯ୍ୟକ୍ରମରେ ଧରମପୁର ଗ୍ରାମସଭାପତି ଶ୍ରୀପତି ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ତଥାଆର୍ଯ୍ୟ ସମାଜ ର ଜିଲ୍ଲା ସାଧାରଣ ସମ୍ପାଦକ ହରେଶ ଚନ୍ଦ୍ର ସାହୁ,, ଗାୟତ୍ରୀ ପରିବାର ତାଳଚେର ଶାଖାର ସରୋଜ ଶତପଥୀ ଓ ଶ୍ରଦ୍ଧେୟା ଗାୟତ୍ରୀ ପଣ୍ଡା , ଓ ଅନୁଗୁଳ ଜିଲ୍ଲା କାର୍ଯ୍ୟବାହ ଅନୀଲ କୁମାର ମହାନ୍ତି ମଞ୍ଚ ରେ ଉପବେଶନ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ହେମନ୍ତ ଘଡେଇ ଓ ସହ ସଂଯୋଜକ ନିର୍ଭୟ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଅତିଥି ଗଣ ହିନ୍ଦୁ ସମାଜର ବିବିଧତା ରେ ଏକତା, ଭାରତୀୟ ଶାସ୍ତ୍ର ର ବୈଜ୍ଞାନିକତା , ଉନ୍ନତ ଜୀବନଶୈଳୀ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଦୀପଯଜ୍ଞ , ହନୁମାନ ଚାଳିଶା ପାଠ, ତ୍ରିନାଥ ମେଳା ସହିତ ଶଙ୍ଖ, ଘଣ୍ଟ , ହରିବୋଲ, ହୁଳହୁଳି ଧୂନି ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ତତ୍ ସର୍ହିତ ହିନ୍ଦୁ ସମାଜର ଜନ୍ମ ନିୟନ୍ତ୍ରଣ ହ୍ରାସ ମୁଣ୍ଡ ବିନ୍ଧାର କାରଣ ବୋଲି ଦଃୁଖ ବ୍ୟକ୍ତ କରିଥିଲେ । ବଟମହାବୀର କମିଟିର ସଦସ୍ୟଗଣ ଏବଂ ଗ୍ରାମର ସହ ସଂଯୋଜକ ଅମିତ କୁମାର ଦାସ, ଅଜୟ ସାହୁ, ଦୀପକ ଗଡ଼ନାୟକ, ଖଇରା ପ୍ରଧାନ, ସୁଶାନ୍ତ ପ୍ରଧାନ, ପରଶୁରାମ ସାହୁ, ପ୍ରକାଶ ବେହେରା, ରମେଶ ବେହେରା, ବିଷ୍ଣୁ ମହାପାତ୍ର ଓ ଅନ୍ୟାନ୍ୟ ଶୁଭେଚ୍ଛୁ ମାନଙ୍କର ଅକୁଣ୍ଠିତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
ଜିଲ୍ଲା ସହ କାର୍ଯ୍ୟବାହ ବାବୁଲି ସାମଲ, ନଗର କାର୍ଯ୍ୟବାହ ସୂର୍ଯ୍ୟକାନ୍ତ ମହାନ୍ତି, ମାୟାଧର ସାହୁ, ପର୍ଶୁରାମ ବାରିକ, ଗୌରଚନ୍ଦ୍ର ସାହୁ, ରଂଜିତ ମହାପାତ୍ର, ସନ୍ତୋଷ ସାହୁ ଙ୍କ ସମେତ ବହୁ ସ୍ୱୟଂ ସେବକ ଉପସ୍ଥିତ ଥିଲେ |
